ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୁପା ଦରରେ ହ୍ରାସ ଘଟିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିସଏନ(IBJA) ଅନୁଯାୟୀ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ଏଇ ସପ୍ତାହରେ ୪,୭୯୬ ଟଙ୍କା ହ୍ରାସ ପାଇଛି। ଫଳରେ ଦର ୧.୪୨ ଲକ୍ଷ ଟଙ୍କାକୁ ଖସି ଆସିଛି। ଏହା ପୂର୍ବରୁ ୧୭ ଅକ୍ଟୋବରରେ ଦର ୧.୪୬ ଲକ୍ଷ ଟଙ୍କା ଥିଲା।

ସେହିପରି ରୁପା ଦର ସର୍ବାଧିକ ହ୍ରାସ ପାଇଛି। ଏଥିରେ ୧୬,୫୦୩ ଟଙ୍କା କମି ଏକ କିଲୋ ରୁପା ଦାମ ୧.୯୪ ଲକ୍ଷ ଟଙ୍କା ହୋଇଛି। ପୂର୍ବ ସପ୍ତାହରେ ରୁପା କେଜି ୨.୧୧ ଲକ୍ଷ ଟଙ୍କା ଥିଲା। ଦୀର୍ଘ ୧୦ ମାସ ପରେ ପ୍ରଥମ ଥର ରୁପା କେଜିର ଦାମ ୨ ଲକ୍ଷ ଟଙ୍କାରୁ ତଳକୁ ଖସିଛି।

ସେପ୍ଟେମ୍ବରରେ ସୁନା ୮ ହଜାର ଓ ରୁପା ୧୫ ହଜାର ଶସ୍ତା

ଅକ୍ଟୋବରରେ ସୁନା ଓ ରୁପା ଦର ନିରନ୍ତର ହ୍ରାସ ପାଉଥିବା ବେଳେ ଏହି ହ୍ରାସର ମାତ୍ରା କେତେ ରହୁଛି ତା’ ମାସ ଶେଷରେ ଜଣାପଡ଼ିବ। ତେବେ ସେପ୍ଟେମ୍ବର ମାସର ଯଦି ରିପୋର୍ଟ ଦେଖିବା ତେବେ ସୁନା ୮ ହଜାର ଟଙ୍କା ଓ ରୁପା ୧୫ ହଜାର ଟଙ୍କା ଶସ୍ତା ହୋଇଥିଲା। ୩୧ ଅଗଷ୍ଟରେ ସୁନା ୧୦ ଗ୍ରାମ ପ୍ରତି ମୂଲ୍ୟ ୧.୫୬ ଲକ୍ଷ ଟଙ୍କା ଥିଲା। ଯାହା ୩୦ ସେପ୍ଟେମ୍ବର ବେଳକୁ ୧.୪୮ ଲକ୍ଷ ଟଙ୍କାକୁ ଖସି ଆସିଥିଲା। ସେହିପରି ୩୧ ଅଗଷ୍ଟରେ ରୁପା କେଜି ୨.୩୭ ଲକ୍ଷ ଟଙ୍କା ଥିଲା। ସେପ୍ଟେମ୍ବରରେ ଏହାର ମୂଲ୍ୟ ୨.୨୨ ଲକ୍ଷ ଟଙ୍କା ହୋଇଥିଲା।

ସୁନା ୩୫ ହଜାର ଓ ରୁପା ୧.୮୫ ଲକ୍ଷ ଟଙ୍କା ଶସ୍ତା

ଚଳିତ ବର୍ଷ ସୁନା-ରୁପା ଦରରେ ନିୟମିତ ଅପଡାଉନ ଜାରି ରହିଛି। ୨୦୨୫ ଡିସେମ୍ବର ୩୧ ତାରିଖରେ ସୁନା ଦର ୨.୩୦ ଲକ୍ଷ ଟଙ୍କା ଥିଲା। ଯାହା ୨୯ ଜାନୁଆରୀ ୨୦୨୬ରେ ୩ ଲକ୍ଷ ୮୬ ହଜାରର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ସେବେଠାରୁ ଏପର୍ଯ୍ୟନ୍ତ ରୁପା ୧.୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲାଣି।

ସେହିପରି ସୁନା କଥା ଯଦି ଦେଖିବା ତେବେ ୩୧ ଡିସେମ୍ବର ୨୦୨୫ରେ ସୁନା ଦର ୧ ଲକ୍ଷ ୩୩ ହଜାର ଟଙ୍କା ଥିଲା। ଯାହା ଚଳିତ ବର୍ଷ ଜାନୁଆରେ ୨୯ ତାରିଖରେ ୧.୭୬ ଲକ୍ଷକୁ ବୃଦ୍ଧି ପାଇଥିଲା। ଯାହା ଏହି ଧାତୁର ସର୍ବୋଚ୍ଚ ସ୍ତର ଥିଲା। ଆଉ ବର୍ତ୍ତମାନ ଏହାର ଦର ୧ ଲକ୍ଷ ୪୧ ହଜାର ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍ ସୁନା ଦରରେ ୩୫ ହଜାର ଟଙ୍କାର ହ୍ରାସ ଦେଖିବାକୁ ମିଳିଛି।