ନୂଆଦିଲ୍ଲୀ: ଶସ୍ତା ହେଲା ମ୍ୟାଲେରିଆ ଭ୍ୟାକ୍ସିନ। ୪୦ ପ୍ରତିଶତ ପର୍ଯ୍ୟନ୍ତ ଦର କମାଇଲା ଭାରତ ବାୟୋଟେକ। ଏନେଇ କମ୍ପାନୀ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି। କମ୍ପାନୀ ମ୍ୟାଲେରିଆ ଭ୍ୟାକ୍ସିନ 'ମୋସ୍କିଭାକ୍' (MOSQIVAC)ର ଦାମରେ ୪୦ ପ୍ରତିଶତ ହ୍ରାସ ଘୋଷଣା କରିଛି। ଏହି ଭ୍ୟାକ୍ସିନକୁ ଲୋକେ RTS,S/AS01 ଭାବରେ ମଧ୍ୟ ଜାଣନ୍ତି।

ଏନେଇ ଭାରତ ବାୟୋଟେକ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ କମ୍ପାନୀର ଏଭଳି ନିଷ୍ପତ୍ତି ଯୋଗୁ ୧ ମିଲିଅନ ଶିଶୁଙ୍କ ସୁରକ୍ଷା ହୋଇପାରିବ। ତା ସହିତ ଲୋକଙ୍କର ୫୦ ମିଲିଅନ ଆମେରିକୀୟ ଡଲାର ସଞ୍ଚୟ ହୋଇପାରିବ।

Also Read- ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପାର୍ସୀ ସଙ୍ଗଠନ, ଟାଟା ସନସ୍ ଓ ଟାଟା ଟ୍ରଷ୍ଟ ବିବାଦରେ ହସ୍ତକ୍ଷେପ ଦାବି କଲେ

ହାଇଦ୍ରାବଦ କମ୍ପାନୀ ଭାରତ ବାୟୋଟେକ ନିଜର ଏକ୍ସ ପୋଷ୍ଟରେ ଲେଖିଛି “ୟୁନିସେଫ୍ (UNICEF) ଦ୍ୱାରା ସମ୍ପାଦିତ ଏବଂ ଗାଭି (Gavi) ଦ୍ୱାରା ଆର୍ଥିକ ସହାୟତା ପ୍ରାପ୍ତ ଏକ ଚୁକ୍ତି ଅନୁଯାୟୀ, ଟିକାର ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ହ୍ରାସ କରାଯାଇଛି।“ କମ୍ପାନୀ ଆହୁରି କହିଛି ଯେ GSK ବିକଶିତ କରିଥିବା RTS,S/AS01 ହେଉଛି ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା। ବର୍ତ୍ତମାନ ଭାରତ ବାୟୋଟେକ୍ (Bharat Biotech) ଏହାକୁ MOSQIVAC® ବ୍ରାଣ୍ଡ ନାମରେ ପ୍ରଡକ୍ସନ କରୁଛି।”

ମ୍ୟାଲେରିଆ ଜ୍ୱର ଯୋଗୁ ପ୍ରତି ମିନିଟ୍ରେ ଜଣେ ଶିଶୁର ମୃତ୍ୟୁ ହେଉଛି। ତେଣୁ ଏହାର ଭ୍ୟାକ୍ସିନ ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ କମାଇବା ଅତ୍ୟନ୍ତ ଜରୁରୀ ଥିଲା ବୋଲି ଭାରତ ବାୟୋଟେକ କହିଛି।