ଚଣ୍ଡିଗଡ଼, ୦୭/୦୯ : ବିଭିନ୍ନ ରାଜ୍ୟରେ ସରିଛି ଏସଆଇଆର । ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ପ୍ରକ୍ରିୟା ଚାଲୁଛି । ଯେଉଁଥିରେ ଅନେକ ଜାଲ ଏବଂ ଡୁପ୍ଲିକେଟ୍ ଭୋଟର କଟିଛନ୍ତି । କୋଟି କୋଟି ଫେକ୍ ଭୋଟରଙ୍କ ନାଁ ତାଲିକାରୁ କଟିଛି । ଏହାକୁ କିଛି ବିରୋଧ ମଧ୍ୟ କରୁଛନ୍ତି । ଅନେକ ବିରୋଧୀ ଦଳ ଏସଆଇଆରକୁ ରାଜନୈତିକ ପ୍ରସଙ୍ଗ କରୁଛନ୍ତି । ଏପରିକି ଏଥିରେ ଅନେକ ଭିଆଇପିଙ୍କ ନାଁ ବି କଟିଛି । ଯାହା ପରେ ଯୋଡ଼ି ହୋଇଛି । ତେବେ ହରିୟାଣାରେ ଏସଆଉଆର ପ୍ରକ୍ରିୟା ଦୀର୍ଘ ବର୍ଷ ପରେ ଦୁଇ ଭାଇଙ୍କୁ ଏକାଠି କରିଛି । 

ରିପୋର୍ଟ ଅନୁସାରେ, ହରିୟାଣାର ଜିନ୍ଦରୁ ଆସିଛି ଏକ ମାମଲା । ଏଠାରେ ଏସଆଇଆର ପାଇଁ ଦୀର୍ଘ ୩୫ ବର୍ଷ ପରେ ଦୁଇ ଭାଇ ଏକାଠି ହୋଇ ପାରିଛନ୍ତି । କୁହାଯାଉଛି ଯେ, ,ସୀତାରାମ ନାମକ ଜଣେ ବ୍ୟକ୍ତି ୩୫ ବର୍ଷ ହେଲା ପଞ୍ଜାବରେ ରହୁଛନ୍ତି । ସେ ନିଜ ପୁରୁଣା ସ୍କୁଲ ପ୍ରମାଣପତ୍ର ପାଇବାକୁ ପୈତୃକ ଗାଁ ମନୋହରପୁର ଯାଇଥିଲେ । ଏହି ଡକ୍ୟୁମେଣ୍ଟ୍ ଏସଆଇଆର ପାଇଁ ଆବଶ୍ୟକ ଥିଲା ।

Also Read :-ଦିଲ୍ଲୀ ବିଲ୍ଡିଂ ଧସିବା ଘଟଣାରେ ଭଗ୍ନାବଶେଷ ତଳୁ ଆସିଲା ଛାତ୍ରଙ୍କ SOS ଭିଡିଓ !

ସୀତାରାମ ଜଣେ ଦିବ୍ୟାଙ୍ଗ । ସେ ପିଲାଦିନେ ଘର ଛାଡି଼ ପଞ୍ଜାବ ଚାଲି ଯାଇଥିଲେ । ବର୍ଷ ବର୍ଷ ଧରି ସେ ବିଭିନ୍ନ ସ୍ଥାନରେ କାମ କରିଥିଲେ । ପରେ ସେ ଏକ ଘରୋଇ ସ୍କୁଲରେ ଚପରାସୀ ଚାକିରି ପାଇଥିଲେ । ତାଙ୍କୁ ପଞ୍ଜାବ ସରକାରରେ ଗ୍ରୁପ୍-ଡି ଚାକିରି ମିଳିଯାଇଥିଲା । ସେ ଯେବେ ଏସଆଇଆର ଡକ୍ୟୁମେଣ୍ଟ୍ ହାସଲ ପାଇଁ ହରିୟାଣା ମନୋହରପୁର ସ୍ଥିତ ସରକାରୀ ସ୍କୁଲକୁ ଯାଇଥିଲେ । ସ୍କୁଲ କର୍ମଚାରୀ ତାଙ୍କର ପୁରୁଣା ଡକ୍ୟୁମେଣ୍ଟ ଖୋଜିଥିଲେ । ଏହାସହ ପୈତୃକ ଗାଁ ଲୋକଙ୍କ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ।

ଏହି ଖବର ଗାଁରେ ରହୁଥିବା ସୀତାରାମଙ୍କ ଭାଇ କୃଷ୍ଣାଙ୍କ କାନରେ ବାଜିଥିଲା । ସେ ଯେଉଁ ଭାଇଙ୍କୁ ତିରିଶ ବର୍ଷ ହେଲା ଖୋଜୁଥିଲେ ସେ ଗାଁ ସ୍କୁଲକୁ ଆସିଥିଲେ । ଏହାପରେ କୃଷ୍ଣା ସ୍କୁଲର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଏହାସହ ସୀତାରାମ ତାଙ୍କର ସାନ ଭାଇ ବୋଲି ସେ ସ୍ପଷ୍ଟ ମଧ୍ୟ କରିଥିଲେ । ସେହି ସମୟରେ ଭାଇ ମଧ୍ୟ ସ୍କୁଲରେ ଉପସ୍ଥିତ ଥିବା କୃଷ୍ଣା ଜାଣିବାକୁ ପାଇଥିଲେ ।

ଦୁଇ ଭାଇ ଏତେ ବର୍ଷ ପରେ ଏକାଠି ହୋଇ କାନ୍ଦି ପକାଇଥିଲେ । ସେମାନଙ୍କ ଖୁସି ସୀମା ଟପିଥିଲା । ଉଊୟେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଭାବପ୍ରବଣ ହୋଇଯାଇଥିଲେ । ଖାଲି ଏତିକି ନୁହେଁ ଦୁଇ ଭାଇ ଏକାଠି ହୋଇ ସ୍କୁଟରରେ ବୁଲିଥିଲେ । ଫଳରେ ଦୀର୍ଘ ୩୫ ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା । ସୂଚନାଯୋଗ୍ୟ, ସୀତାରାମ, କୃଷ୍ଣା ଏମାନେ ସମସ୍ତେ ୬ ଭାଇ । ଏବେ ୫ ଜଣ ଜୀବିତ ଅଛନ୍ତି । ସୀତାରାମ ଜିନ୍ଦ ଛାଡିବା ପରେ ପଞ୍ଜାବ ଚାଲି ଆସିଥିଲେ । ପଞ୍ଜାବରେ ସେ ଦୀର୍ଘ ୩୫ ବର୍ଷ ହେଲା ରହୁଛନ୍ତି ।