ନୂଆଦିଲ୍ଲୀ, ୨୫/୧୦ : ଥରିଲା ଜାପାନ । ଜାପାନରେ ପୁଣି ଜୋରଦାର ଲାଗିଲା ଭୂମିକମ୍ପର ଝଟକା । ଦେଶର ବୋନିନ୍ ଦ୍ୱୀପ ଶନିବାର ରାତିରେ ଥରିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ ହୋଇଛି । ତେବେ ଆଇଲ୍ୟାଣ୍ଡ୍ ନ୍ୟୁଜ୍ ଅନୁସାରେ, ଭୂମିକମ୍ପର ତୀବ୍ରତା ୭ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ଭାରତୀୟ ସମୟ ଅନୁସାରେ ଶନିବାର ରାତିରେ ବୋନିନ ଦ୍ୱୀପରେ ଝଟକା ଲାଗିଛି । କଛି ଦିନ ପୂର୍ବରୁ ଜାପାନରେ ଆଉ ଏକ ଭୂମିକମ୍ପ ହୋଇଥିଲା । ତେବେ ଶନିବାର ଭୂମିକମ୍ପରେ ଭୟର ମାହୋଲ ଖେଳି ଯାଇଛି । ତେବେ ଏଥିରେ କଣ କ୍ଷୟକ୍ଷତି ହୋଇଛି ସେନେଇ କିଛି ତଥ୍ୟ ମିଳିନାହିଁ । ସୁନାମି ନେଇ ମଧ୍ୟ ଆଲର୍ଟ ଜାରି କରିନି ପାଣିପାଗ ବିଭାଗ ।

Also Read :- ଭୟଙ୍କର ରୂପ ନେଲାଣି ବାତ୍ୟା ଅର୍ଣ୍ଣବ : ଓଡ଼ିଶାରେ ଏକ୍ସଟ୍ରିମ୍ ସିଭିୟର ବର୍ଷା, ୧୦୦ ପାଖାପାଖି ରହିବ ପବନ !

ଅନ୍ୟଦିଗରେ ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଆସିଥିଲେ । ଏହା ପୂର୍ବରୁ ଶନିବାର ବାନୁଆତୁ ଦ୍ୱୀପରେ ବଡ ଧରଣର ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀର୍ବଚା ୭.୧ ରହିଥିଲା । ସକାଳ ୮ଟା ୧ ମିନିଟରେ ଏହି ଦ୍ୱୀପ ହଠାତ ଥରି ଉଠିଥିଲା ।