ଛତ୍ରପୁର ୨୫।୧୦ : ସମ୍ଭାବ୍ୟ ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବା ବେଳେ କୂଳକୁ ଫେରୁଛନ୍ତି ମତ୍ସ୍ୟଜୀବୀ । ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀମାନଙ୍କୁ ସମୁଦ୍ର ବାରଣ ରହିଛି। ଯେଉଁ ମତ୍ସ୍ଯଜୀବୀ ସମୁଦ୍ରକୁ ଯାଇଛନ୍ତି ସେମାନେ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସାଗର ମିତ୍ର ଜରିଆରେ ପୂର୍ବରୁ ସଚେତନ କରାଯାଇଥିଲା । ଏବେ ଡ଼ଙ୍ଗା ଧରି କୂଳକୁ ଫେରୁଛନ୍ତି ମତ୍ସଜୀବୀ।

ଗଞ୍ଜାମ ଜିଲ୍ଲାରେ ମୋଟ ୧ ହଜାର ୬୨୫ ଟି ଡ଼ଙ୍ଗା ରହିଥିବା ବେଳେ ଆର୍ଯ୍ୟପଲ୍ଲୀ ଓ ଗୋପାଳପୁର ଅଞ୍ଚଳରେ ପ୍ରାୟ ୧ ହଜାର ୮୩ ଡ଼ଙ୍ଗା ରହିଛି l ବର୍ତ୍ତମାନ ଆର୍ଯ୍ୟପଲ୍ଲୀ ସମୁଦ୍ର ମଧ୍ୟକୁ ଯାଇଥିବା ଡ଼ଙ୍ଗା ଗୁଡିକ ସମୁଦ୍ର କୂଳକୁ ଫେରିବାରେ ଲାଗିଲେଣି l ଆନ୍ଧ୍ର ପ୍ରଦେଶ କାକିନଡା ଅଞ୍ଚଳର ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ନିକଟରେ ଆସି ଲଙ୍ଗର ପକାଇଛନ୍ତି । ଦୁଇ ଟ୍ରଲରରେ ୧୩ ଜଣ ମସ୍ୟଜୀବୀ ରହିଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ନିଜ ଅଂଚଳକୁ ଫେରିପାରି ନଥିବାରୁ ଏଠାରେ ଆସି ସୁରକ୍ଷିତ ଭାବେ ଆଶ୍ରୟ ନେଇଛନ୍ତି ।

Watch Video:-