ଭୁବନେଶ୍ବର ୬।୮: ନିଶାସକ୍ତ ଅବସ୍ଥାରେ ଯୁକଙ୍କ ଉନ୍ମତ୍ତ କାଣ୍ଡ । ଲେଡିଜ ହଷ୍ଟେଲ ଭିତରେ ଭର୍ତ୍ତି କଲେ ଦ୍ରୁତଗାମୀ ସ୍କର୍ପିଓ । ପୋଲିସ ଉପସ୍ଥିତିରେ ଆଜି ଦୁର୍ଘଟଣାଗ୍ରସ୍ତ ଗାଡିକୁ ବାହାର କରିଛି ପୋଲିସ । ଗତ ବୁଧବାର ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକ କଲେଜ ନିକଟରେ ଘଟିଥିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଟି ଗାଡି ମଧ୍ୟ ଭାଙ୍ଗିଯାଇଥିଲା । ପୋଲିସ ଡ୍ରାଇଭର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । ପଚରାଉଚରା ପରେ ସେ ନିଶାସକ୍ତ ଥିବା ମଧ୍ୟ ଜାଣିବାକୁ ପାଇଥିଲା । ଏବେ ନୟାପଲ୍ଲୀ ଥାନା ପୋଲିସ ଦୁର୍ଘଟଣାଗସ୍ତ ଗାଡିକୁ ଜବତ କରିଛି ।

ପୁରା ଫିଲ୍ମ ଷ୍ଟାଇଲ୍‌ରେ ଦୁର୍ଘଟଣା । ଘରେ ପଶିଯାଇଛି ସ୍କର୍ପିଓ । ଆଉ ଏସବୁ ଘଟିଛି ନିଶାସକ୍ତ ଅବସ୍ଥାରେ। ଘର ଭିତରୁ ପୋଲିସ ସ୍କର୍ପିଓ ଗାଡ଼ିକୁ ଯେମିତି କାଢୁଛି ତାହା ନିଶ୍ଚିତ ଛାତିଥରା । ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକ କଲେଜ ନିକଟରେ ଘଟିଛି ଏହି ଦୁର୍ଘଟଣା । ନିଶାସକ୍ତ ଅବସ୍ଥାରେ ଅତି ଦ୍ରୁତ ଗତିରେ ଗାଡ଼ିଟିକୁ ଆଣି ଲେଡିଜ୍ ହେଷ୍ଟେଲ୍ ଭିତରେ ଭର୍ତ୍ତି କରିଦେଇଥିଲା ଯୁବକ। ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

Also Read:- ବନ୍ୟା ପ୍ରଭାବିତ ୨୨ ଜିଲ୍ଲାକୁ ୧୧୦ କୋଟି ଟଙ୍କାର ସହାୟତା, DBTରେ ପହଞ୍ଚିବ କ୍ଷତିପୂରଣ

ଦୁର୍ଘଟଣାରେ ଅନ୍ୟ ୩ ଟି ଗାଡି ଭାଙ୍ଗିଯାଇଛି। ସ୍କର୍ପିଓ ଗାଡ଼ିର ଆଗ ପଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନୟାପଲ୍ଲୀ ଥାନା ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ପରେ ସେ ନିଶାସକ୍ତ ଥିବା ଜାଣିବାକୁ ପାଇଥିଲା। ପୋଲିସ ଦୁର୍ଘଟଣାଗସ୍ତ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।