ନୂଆଦିଲ୍ଲୀ, ୦୮/୧୧ : କେଉଁ ଭାରତୀୟ ଦ୍ରୁତ ବୋଲର ୨୦୨୭ ଦିନିକିଆ ବିଶ୍ୱକପରେ ସ୍ଥାନ ପାଇବେ ତାକୁ ନେଇ ଚାଲିଛି ବିଚାରବିମର୍ଶ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରେ ଚୟନକର୍ତ୍ତାଙ୍କୁ ଖୁସି କରିଛନ୍ତି ଗୁରନୁର୍ ବ୍ରାର୍ । ପଞ୍ଜାବର ଏହି ୨୬ ବର୍ଷୀୟ ବୋଲର ଦୁଇଟି ମୁକାବିଲାରେ ୭ଟି ଓ୍ୱିକେଟ୍ ନେଇ ସାରିଛନ୍ତି । ଏବେ ଦିନିକିଆରେ ସେ ମୋଟ୍ ୨୧ଟି ଓ୍ୱିକେଟ୍ ହାସଲ କରିଛନ୍ତି । ଜସପ୍ରିତ ବୁମରାଙ୍କ ଅନୁପସ୍ଥିତିରେ ସେ ପେସ୍ ଭାର ସମ୍ଭାଳୁଛନ୍ତି ।

ତେବେ ଗୁରନୁର ବ୍ରାରଙ୍କୁ ନେଇ ପୂର୍ବତନ ଖେଳାଳି ମୁରଲି କାର୍ତ୍ତିକ କହିଛନ୍ତି ଯେ, ଗୁରନୁର ଜଣେ ଭଲ ବୋଲର । ତାଙ୍କ ପାଖରେ ଦକ୍ଷତା ରହିଛି । ଭାରତ ଏବଂ କୋଚ୍ ଗୌତମ ଗମ୍ଭୀର ଯାହା ଚାହୁଁଛନ୍ତି ତାହା ଗୁରନୁର ଦେଇପାରୁଛନ୍ତି । ସମସ୍ତ ଓ୍ୱିକେଟରେ ସେ ପ୍ରଭାବି ପ୍ରଦର୍ଶନ କରୁଛନ୍ତି । ଯାହା ଭାରତୀୟ ଦଳ ପାଇଁ ଏକ ପଜିଟିଭ୍ ସାଇନ୍ ।

Also Read :- ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିଲେ କୋହଲି, ହଠାତ ଫ୍ୟାନ୍ସ ଫିଙ୍ଗିଦେଲେ ବ୍ୟାଟ୍ : ଭାଇରାଲ ହେଉଛି ଭିଡିଓ

ସେ ଆହୁରି କହିଛନ୍ତି ଯେ, ଗୁରନୁର ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ଫଳରେ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜଙ୍କ ଭଳି ବୋଲର ବାହାରେ ବସୁଛନ୍ତି । ଜସପ୍ରିତ ବୁମରା ଉପସ୍ଥିତ ନାହାଁନ୍ତି । ହର୍ଷିତ ରାଣା ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ ମିଳୁନି । ଏବେ ଗୁରନୁର ଏବଂ ଅର୍ଶଦୀପ ସିଂ କିଓ୍ୱି କଣ୍ଡିସନର ଲାଭ ଉଠାଇବାରେ ସଫଳ ହେଉଛନ୍ତି । ଯାହା ଗୁରୁନୁରଙ୍କ ସହ ଆକିବ୍ ନବୀଙ୍କ ପାଇଁ ଭଲ କଥା । ସେ ସୁଯୋଗର ଭରପୁର ଫାଇଦା ନେଇପାରିବେ ।

କାର୍ତ୍ତିକ ଆହୁରି କହିଛନ୍ତି ଯେ, ଦୁଇ ବୋଲର ସମସ୍ତଙ୍କ ନଜର ଆକର୍ଷଣ କରିଛନ୍ତି । ସେମାନେ ଭାରତj ଭବିଷ୍ୟତ । ଉଭୟ ଖେଳିବାକୁ ପସନ୍ଦ କରନ୍ତି । ତେବେ ଏହି ପସନ୍ଦ ସହ ଅନେକ ଚ୍ୟାଲେଂଜ୍ ଆସିଥାଏ । କିଛି ଭଲ ବୋଲର ବେଞ୍ଚରେ ବସିଲେ ଦେଖିବାକୁ ଭଲ ଲାଗେନି । କିନ୍ତୁ ସୁଯୋଗ ମିଳିଲେ ସେମାନେ ଭଲ ପ୍ରଦର୍ଶନ କରନ୍ତି । ଯାହା ଦେଖିବାକୁ ଭଲ ଲାଗେ ବୋଲି ସେ ପ୍ରକାଶ କରିଛନ୍ତି ।