ଭୁବନେଶ୍ୱର ୦୭।୧୧ : ବିବାହର ସ୍ୱପ୍ନ ଦେଖାଇଲେ, ପ୍ରେମର ଜାଲରେ ଫସାଇଲେ। ଆଉ ଶେଷରେ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିବା ଅଭିଯୋଗ। ଏଭଳି ଏକ ସଙ୍ଗିନ ମାମଲାରେ ଗିରଫ ହୋଇଛନ୍ତି ଏସଓଜି ଯବାନ। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୋଲିସ ୩୧ ବର୍ଷୀୟ ଯବାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଯୁବତୀଙ୍କ ଅଭିଯୋଗ ପରେ ବିଏନ୍ଏସ୍ର ଧାରା ୬୯ରେ ମାମଲା ରୁଜୁ ହୋଇଥିଲା। ତେବେ କିଏ ସେହି ଏସଓଜି ଯବାନ ? କେମିତି ଘଟିଥିଲା ପୂରା ଘଟଣା?

ଅଭିଯୋଗ ଅନୁଯାୟୀ, ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗତ ଅକ୍ଟୋବର ୨୮ ତାରିଖରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଲଜ୍କୁ ନେଇଥିଲେ। ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ନୟାପଲ୍ଲୀ ଥାନାରେ ବିଏନ୍ଏସ୍ ଧାରା ୬୯ ଅନୁଯାୟୀ କେସ୍ ନମ୍ବର ୯୦୨/୨୦୨୬ ରୁଜୁ ହୋଇଥିଲା। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।

Also Read:-ଶିଶୁପାଳଗଡ଼ ପରେ ବମିଖାଲରେ ଗୁଳିକାଣ୍ଡ, ଦୁଇ ଦିନରେ ଦୁଇ ହତ୍ୟା

ଗିରଫ ଯୁବକଙ୍କ ବୟସ ୩୧ ବର୍ଷ। ସେ ଏସଓଜିରେ କାର୍ଯ୍ୟରତ ଥିବାବେଳେ ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରିଛି ପୋଲିସ। ତେବେ ଏହି ଘଟଣାରେ ଆଗକୁ ତଦନ୍ତ କେଉଁ ମୋଡ଼ ନେଉଛି, ଅଭିଯୋଗର ସତ୍ୟତା କ'ଣ ଏବଂ ମାମଲାରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ରହିଛି ନଜର।