ଭୁବନେଶ୍ବର ୬।୮: ୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର । ଶୁକ୍ରବାର ୫ଟା ସୁଦ୍ଧା ବିଭିନ୍ନ ବିଭାଗର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିଯିବ । DBT ମାଧ୍ୟମରେ କ୍ଷତିପୂରଣ ରାଶି ପହଞ୍ଚିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ତେବେ ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଲେଶ୍ୱରକୁ ସର୍ବାଧିକ ୨୨ କୋଟି ୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ଯାଜପୁର ଜିଲ୍ଲାକୁ ୨୦ କୋଟି ୨ ଲକ୍ଷ ଏବଂ ଭଦ୍ରକକୁ ୨୦ କୋଟି ୧୨ ଲକ୍ଷ ବନ୍ୟା ସହାୟତା ପ୍ରଦାନ କରାଯାଇଛି । ଏବେବି ଅନେକ ଜିଲ୍ଲାରୁ ବି ପାଣି ନିଷ୍କାସନ ହୋଇନାହିଁ । ବିଭିନ୍ନ ନଦୀରୁ ଜଳ ପତନ କମିନାହିଁ । ବନ୍ୟା ପାଣି କମିବା ପରେ କ୍ଷୟକ୍ଷତିର ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Also Read:- ଗଜପତିରେ ବନ୍ଧ ପ୍ରକଳ୍ପରେ ଜାଲିଆତି ବିଲ୍ ଅଭିଯୋଗ : ୨ ଇଞ୍ଜିନିୟର ଓ ଠିକାଦାର ଗିରଫ

ବନ୍ୟା ସହାୟତା କାହାକୁ କେତେ ?

ବାଲେଶ୍ୱର - ୨୨.୦୩ କୋଟି

ଯାଜପୁର - ୨୦.୨୦ କୋଟି

ଭଦ୍ରକକ - ୨୦.୧୨ କୋଟି

ଜଗତସିଂହପୁର - ୮.୧୮ କୋଟି

କେନ୍ଦୁଝର - ୬.୧୧ କୋଟି

ସମ୍ବଲପୁର - ୫.୫୬ କୋଟି

କେନ୍ଦ୍ରାପଡ଼ା - ୫.୦୪ କୋଟି

ମୟୁରଭଞ୍ଜ - ୫.୦୨ କୋଟି

ଖୋର୍ଦ୍ଧା - ୨.୦୬ କୋଟି

ସୁବର୍ଣ୍ଣପୁର - ୨.୩୧ କୋଟି

ବୌଦ୍ଧ - ୧.୨୯ କୋଟି

ବଲାଙ୍ଗୀର - ୧.୧୭ କୋଟି

ଢେଙ୍କାନାଳ - ୧.୧୦ କୋଟି

ବରଗଡ଼ - ୧.୦୫ କୋଟି

କଳାହାଣ୍ଡି - ୧.୦୫ କୋଟି

ନୂଆପଡା - ୧.୦୫ କୋଟି

କନ୍ଧମାଳ - ୧.୦୧ କୋଟି

କଟକ - ୧.୦୧ କୋଟି

କୋରାପୁଟ - ୧.୦୧ କୋଟି

ମାଲକାନଗିରି - ୧.୦୧ କୋଟି

ରାୟଗଡା - ୧.୦୧ କୋଟି

ସୁନ୍ଦରଗଡ଼ - ୧.୦୧ କୋଟି

 

Watch Video: