ଭୁବନେଶ୍ବର ୬।୧୧: ଆଜି ଧନତେରସ । ଆଜିର ଦିନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମା’ ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । ଆଜି ସୁନା କିମ୍ବା ରୁପା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ଵାସ ରହିଆସିଛି । ସୁନା ଅଳଙ୍କାର କିଣିବାକୁ ଲୋକେ ଏହି ଦିନକୁ ଅପେକ୍ଷା କରିଥାନ୍ତି । ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ପୁରାଣ କଥା ଅନୁସାରେ ଏହି ଦିନ ଦ୍ରବ୍ୟ ଘରକୁ କିଣି ନେଲେ ଧନ ୧୩ ଗୁଣ ବଢ଼େ । ବିଶେଷ କରି ଏହି ଦିନ ଦ୍ରବ୍ୟ ସ୍ଥିର ଲଗ୍ନରେ କିଣାଯାଏ ।

ସୁନା, ରୁପା, ଚାଉଳ, ଲୁଣ, ହଳଦୀ ଖଣ୍ଡ, ଗୋଟା ଧନିଆ ଏବଂ ମା’ ଲକ୍ଷ୍ମୀଙ୍କର ସ୍ବଚ୍ଛତାର ପ୍ରତୀକ ହୋଇଥିବାରୁ ଧନତେରାସରେ ଘରକୁ ନେଇପାରିବେ । ଏହାସହ ଘରକୁ ଝାଡୁ ମଧ୍ୟ କିଣି ନେଇପାରିବେ । ଏହାସହ ଲକ୍ଷ୍ମୀ ନାରାୟଣଙ୍କ ଫଟୋ, ଗଣେଶଙ୍କ ମୂର୍ତ୍ତି, କୁବେରଙ୍କ ଫଟୋ କିଣି ପାରିବେ । କିନ୍ତୁ କାଚ ବାସନ, ଆଲୁମିନିୟମ୍ ଜିନିଷ ଘରକୁ କିଣି ନେବେ ନାହିଁ ।

​​​​​​​

Also Read:- ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାକରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ଲକ୍ଷ୍ୟ

ଖାଲି ସେତିକି ନୁହେଁ ମେଷ, କର୍କଟ, ତୁଳା, ଧନୁ ଓ କୁମ୍ଭ ରାଶି ପାଇଁ ଶୁଭ ଫଳ ରହୁଛି । ଅନ୍ୟ ରାଶିରେ ଦରିଦ୍ରଙ୍କୁ ଦାନ କଲେ ଶୁଭ ଫଳ ମିଳିବ। କିନ୍ତୁ ଏହି ଦିନ କାହା ଠାରୁ ଧାର ନେବେନି କି ଦେବେନି ବୋଲି କହିଛନ୍ତି ଜ୍ୟୋତିର୍ବିଦ ।