ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପରେ ବିଭିନ୍ନ ଘଟଣାବଳୀ ସାମ୍ନାକୁ ଆସିସାରିଥିବା ବେଳେ ଏହା ମଧ୍ୟ ବଦଳାଇ ଦେଇଛି ବିଧାନସଭା ଚିତ୍ର। କିଛି ଦିନ ଭିତରେ ବିଧାନସଭାରେ କିଛି ଏଭଳି ଚିତ୍ର ଦେଖିବାକୁ ମିଳିବ ଯାହା ବୋଧହୁଏ ଆଗରୁ କେବେ ଦେଖିବାକୁ ମିଳିନଥିବ | କାରଣ ବିଧାନସଭାରେ ବିଜେଡ଼ିର ୮ ନିଲମ୍ବିତ ବିଧାୟକ ଏବଂ କଂଗ୍ରେସର ୩ ନିଲମ୍ବିତ ବିଧାୟକ ଏବେ ଏକାଠି ବସିବେ | ତେବେ ଆଗାମୀ ଦିନରେ ଦଳ ପକ୍ଷରୁ ଆସୁଥିବା ପ୍ରସଙ୍ଗରେ ଦଳ ସହିତ ସେମାନେ ରହିବେ ନା ବିପକ୍ଷରେ ଯିବେ ନା ଭିନ୍ନ ମତ ପୋଷଣ କରିବେ ?

୧୧ ବିଧାୟକଙ୍କୁ ଦିଆଯିବ ନୂଆ ସିଟ୍

ରାଜ୍ୟସଭା ନିର୍ବାଚନ ବଦଳାଇଲା ବିଧାନସଭା ଚିତ୍ର। କିଛି ଦିନରେ ଗୃହରେ କିଛି ଏଭଳି ଚିତ୍ର ଦେଖିବାକୁ ମିଳିବ ଯାହା ବୋଧହୁଏ ଆଗରୁ କେବେ ଦେଖିବାକୁ ମିଳିନଥିବ | ଗତକାଲି ବିଜେଡି ୬ ବିଧାୟକଙ୍କୁ ନିଲମ୍ବନ କରିଛି ଏବଂ ପୂର୍ବରୁ ୨ ବିଧାୟକଙ୍କୁ ନିଲମ୍ବନ କରିଥିଲା | ବିଧାନସଭାରେ ବିଜେଡ଼ିର ୮ ନିଲମ୍ବିତ ବିଧାୟକ ଏବଂ କଂଗ୍ରେସର ୩ ନିଲମ୍ବିତ ବିଧାୟକ ଏବେ ଏକାଠି ବସିବେ | ଵିଧି ବ୍ୟବସ୍ଥା ଅନୁଯାୟୀ ଏହି ୧୧ ବିଧାୟକଙ୍କ ପାଇଁ ନୂଆ ସିଟ୍ ଆଲଟମେଣ୍ଟ କରାଯିବ | କଂଗ୍ରେସ ତା'ର ନିଲମ୍ବିତ ବିଧାୟକଙ୍କୁ ଅଲଗା ଆସନ ଦେବାଲାଗି ବାଚସ୍ପତିଙ୍କୁ ଅନୁରୋଧ କରିବା ପରେ ସେମାନଙ୍କୁ ନୂଆ ସିଟ ଆଲଟ ହୋଇଛି |

Also Read: କେମିତି ଜିତିଲେ ରାଜ୍ୟସଭା ନିର୍ବାଚନ, କେତେ ବିଧାୟକ ଦେଇଥିଲେ କଥା; ବଡ଼ ଖୁଲାସା କଲେ ଦିଲୀପ ରାୟ

ସନାତନ ମହାକୁଡ଼ ଓ ଅରବିନ୍ଦଙ୍କୁ ନୂଆ ସିଟ୍

ସେହିଭଳି ବିଜେଡି ବାଚସ୍ପତିଙ୍କୁ ୬ ବିଧାୟକଙ୍କୁ ପୃଥକ ଆସନ ଦେବା ପାଇଁ  ଅନୁରୋଧ କରିବ| ପୂର୍ବରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନୂଆ ସିଟ ଆଲଟ ହୋଇସାରିଛି | ଏବେ ବିଧାନସଭାରେ ଅରବିନ୍ଦ ମହାପାତ୍ର ସନାତନ ମହାକୁଡ, ଦେବୀରଂଜନ ତ୍ରିପାଠୀ, ସୁବାସିନୀ ଜେନା, ସୋଫିଆ ଫିରଦୌସ, ଦାଶରଥି ଗମାଙ୍ଗ, ରମେଶ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ସୌଭିକ ବିଶ୍ବାଳ ଏବଂ ଚନ୍ଦ୍ରମଣି କଅଁରଙ୍କ ଏକ ସ୍ବତନ୍ତ୍ର ଗୋଷ୍ଠୀ ଦେଖିବାକୁ ମିଳିବ।

ବିଧାନସଭାରେ କେବଳ ସିଟରେ ନୁହେଁ ଆଉ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ | ସ୍ବତନ୍ତ୍ର ନିଲମ୍ବିତ ବିଧାୟକଙ୍କ ସଂଖ୍ୟା କଂଗ୍ରେସ ସଦସ୍ୟଙ୍କ ସମକକ୍ଷ ହୋଇଯିବ | ମୋଟ ଉପରେ ବିଧାନସଭାରେ ବିଜେଡ଼ି କଂଗ୍ରେସର ସଦସ୍ୟ ସଂଖ୍ୟାରେ ବଡ଼ ପରିବର୍ତନ ଦେଖିବାକୁ ମିଳିଛି | ବିଧାନସଭାରେ ଏବେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯  ଏବଂ ୩ ସ୍ବାଧୀନ ସମର୍ଥିତ ବିଧାୟକଙ୍କ ସଂଖ୍ୟା ମିଶି ମୋଟ ୮୨ |

Also Read: ବିଜେଡିର ଚେତାବନୀ ପରେ ଆକ୍ସନ, ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ୨ ଯୁବକ ଗିରଫ

୪୨କୁ ଖସି ଆସିଲା ବିଜେଡି

ବିଜେଡ଼ିର ୯ ସଦସ୍ୟଙ୍କ ନିଲମ୍ବନ ପରେ ଏବେ ଦଳ ୪୨କୁ ଖସି ଆସିଛି | ସେହିଭଳି କଂଗ୍ରେସର ୩ ନିଲମ୍ବନ ପରେ ଏବେ ୧୧ ଏବଂ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ମଧ୍ୟ ୧୧ ରେ ପହଞ୍ଚିଛି | ଜଣେ ସିପିଆଇଏମ ସଦସ୍ୟଙ୍କ ସଂଖ୍ୟା ମିଶାଇ ୧୪୭ ବିଧାୟକ ରହିବେ | ସମୀକ୍ଷକଙ୍କ ମତ ଅନୁଯାୟୀ ବିଧାନସଭାରେ ଏହି ୧୧ ବିଧାୟକ ଅନେକ କଥା ରଖିପାରିବେ ଓ ମତ ଉପସ୍ଥାପନ କରିପାରିବେ | ବିଶେଷ ପରିସ୍ଥିତି ନହେଲେ ସେମାନଙ୍କ ଉପରେ ଦଳୀୟ ହ୍ଵିପ କାମ କରିବ ନାହିଁ |

ନିଲମ୍ବିତ ହେଲା ପରେ ଵି ଦଳରେ ଥିବା କହୁଛନ୍ତି ବିଧାୟକ | ଆଗାମୀ ଦିନରେ ଦଳ ପକ୍ଷରୁ ଆସୁଥିବା ପ୍ରସଙ୍ଗରେ ଦଳ ସହିତ ରହିବେ ନା ବିପକ୍ଷରେ ଯିବେ ନା ଭିନ୍ନ ମତ ପୋଷଣ କରିବେ ? ଯଦି ଦଳକୁ ସେମାନେ ସମର୍ଥନ କରିବେ ପ୍ରତି ବଦଳରେ ଦଳ ସେମାନଙ୍କୁ ବିଶ୍ବାସକୁ ନେବ ତ ? ତେଣୁ ଏହି ୧୧ ନିଲମ୍ବିତ ବିଧାୟକଙ୍କ ଉପରେ ସମସ୍ତଙ୍କ ନଜର ରହିବ।