ଭୁବନେଶ୍ଵର: ଦିଲୀପ ରାୟ କେମିତି ଜିତିଲେ ରାଜ୍ୟସଭା ନିର୍ବାଚନ । ରାଉରକେଲାରୁ ୨୦୨୪ ବିଧାନସଭାରେ କାହିଁକି ହାରିଥିଲେ ଦିଲୀପ । କେମିତି ହୋଇଥିଲା ବିଜେଡିର ଗଠନ । ଏ ସମସ୍ତ ପ୍ରସଙ୍ଗରେ ନିଉଜ୭କୁ ଏକ୍ସକ୍ଲ୍ୟୁସିଭ ଇଣ୍ଟରଭୁ ଦେଇ ଖୁଲାସା କରିଛନ୍ତି ବରିଷ୍ଠ ବିଜେପି ନେତା ଦିଲୀପ ରାୟ। ଦିଲୀପ କହିଛନ୍ତି ସବୁ ଦଳରେ ତାଙ୍କର କଣ୍ଟାକ୍ଟ ଥିବାରୁ ସେ ଏଥର ରାଜ୍ୟସଭା ଜିତିବେ ବୋଲି ନିଶ୍ଚିତ ଥିଲେ । ତିନି ମାସ ଆଗରୁ ଅଙ୍କ କଷି ରାଜ୍ୟସଭା ନିର୍ବାଚନକୁ ଓହ୍ଲାଇଥିଲେ । ସେହିଭଳି ବିଜେଡି କେମିତି ଗଠନ ହୋଇଥିଲା ତାର ପୁରା ତଥ୍ୟ ରଖିଛନ୍ତି ନିଉଜ୭ ରେ । କହିଛନ୍ତି ବିଜୁବାବୁ ବଞ୍ଚିଥିବା ବେଳେ ହିଁ ଆଞ୍ଚଳିକ ଦଳ ଗଢିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ବିଜୁ ଚାହୁଁଥିଲେ ଆଞ୍ଚଳିକ ଦଳ

ବିଜୁ ବାବୁ ବଞ୍ଚିଥିବା ବେଳେ ଆରମ୍ଭ ହୋଇଥିଲା ବିଜେଡି ଗଠନ ପ୍ରକ୍ରିୟା । କେନ୍ଦ୍ରୀୟ ଜନତାଦଳ ନେତାଙ୍କ ସହ ବିଜୁ ବାବୁଙ୍କର ପଡୁନଥିବାରୁ ସେ ନିଜେ ଚାହୁଁଥିଲେ ଏକ ଆଞ୍ଚଳିକ ଦଳ ଗଠନ ପାଇଁ । ଏମିତିକି ବିଜେପିର ସହଯୋଗରେ ହିଁ ଗଠନ ହୋଇଥିଲା ବିଜେଡି । ଏଥିପାଇଁ ବିଜେପି ଆର୍ଥିକ ସହାୟତା ବି ଦେଇଥିଲା । ଦିଲୀପ ଏକଥା ବି କହିଛନ୍ତି ଯେ ବିଜେଡିର ଏବର ନେତା ଏକଥାକୁ ଜାଣିନାହାଁନ୍ତି କିଭଳି ଗଠନ ହୋଇଥିଲା ବିଜେଡି ।

Also Read: ଦିଲୀପଙ୍କୁ ଭେଟିବା ପରେ ବିଜୟଙ୍କ ବଡ଼ ବୟାନ- ରାଜ୍ୟ ରାଜନୀତିରେ ଆସିବ ବଡ଼ ପରିବର୍ତ୍ତନ

ସେ ଏନେଇ ବହି ଲେଖିବା ଆରମ୍ଭ କରିସାରିଛନ୍ତି। ରାଜ୍ୟସଭାରେ ବାଜିମାତ୍ କରିବା ଉପରେ ଦିଲୀପ କହିଛନ୍ତି ଯେ ତାଙ୍କ କଣ୍ଟାକ୍ଟରେ ୧୮ ଜଣ ବିରୋଧି ସଦସ୍ୟ ଥିଲେ । ଶେଷ ମୂହୁର୍ତ୍ତରେ ୧୧ ଜଣ ସପକ୍ଷରେ ଭୋଟ ଦେଇଥିବା ବେଳେ ବାକି ୭ ଜଣ ଭୋଟଦାନରୁ ବିରତ ରହିଥିଲେ । ସେମାନେ କିନ୍ତୁ ଭୋଟ ପରେ ମନସ୍ତାପ କରିଛନ୍ତି ବୋଲି ଦାବି କରିଛନ୍ତି ଦିଲୀପ ରାୟ ।

ଆଗକୁ ବିଜେଡି ତିଷ୍ଠିବ ନାହିଁ

ଦିଲୀପ ରାୟ କହିଛନ୍ତି ସେ ଏଥର ରାଜ୍ୟସଭା ନିର୍ବାଚନ ଜିତିବା ନେଇ କନଫିଡେଣ୍ଟ ଥିଲେ । ନହେଲେ ଏ ବୟସରେ ରିସ୍କ ନେଇନଥାନ୍ତେ । କିନ୍ତୁ ୨୦୨୪ ବିଧାନସଭା ଓଭରକନଫିଡେଣ୍ଟ ପାଇଁ ହାରିଲେ। ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ମେଣ୍ଟ ନେଇ ଦିଲୀପ ରାୟଙ୍କ ମତ ହେଉଛି ଯେ ଏହି ମେଣ୍ଟ ଆଗକୁ ତିଷ୍ଠିବ ନାହିଁ । ଯଦି ବିଜୁ ଲିଗାସୀର ନେତାମାନେ ନିଷ୍ପତ୍ତି ନେଇଥାନ୍ତେ ତାହାଲେ ଯେଉଁ କଂଗ୍ରେସ ବିରୋଧି ମାନସିକତାରେ ବିଜେଡି ଗଠନ ହୋଇଥିଲା ସେମାନେ ମେଣ୍ଟ କରାଇଦେଇନଥାନ୍ତେ । ଏବେ କିନ୍ତୁ ବିଜୁ ଲିଗାସୀର ନେତାମାନଙ୍କର କୌଣସି ଗୁରୁତ୍ବ ନାହିଁ ବିଜେଡିରେ ବୋଲି କହିଛନ୍ତି ଦିଲୀପ ।

Also Read: ବିଜୁ ଜନତା ଦଳକୁ ଭାଙ୍ଗିବା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଟେଣ୍ଡର ଦେଇଛି ବିଜେପି: ଲେଖାଶ୍ରୀ ସାମନ୍ତସିଂହାର

ସେପଟେ କାହିଁକି ସେ ୨୦୦୨ ଏବଂ ଚଳିତ ଥର ରାଜ୍ୟସଭା ଜିତିଲେ ତାର ରହସ୍ୟ ଖୋଲିଛନ୍ତି । କହିଛନ୍ତି, ତାଙ୍କର ସବୁ ଦଳ ନେତାଙ୍କ ସହ ଭଲ ସମ୍ପର୍କ ରହିଛି । ୨୦୦୨ରେ ଯେଉଁମାନେ ଭୋଟ ଦେଇଥିଲେ ଏବେ ବି ସେମାନଙ୍କ ସୁଖ ଦୁଃଖରେ ସେ ଅଛନ୍ତି ବୋଲି ଦାବି କରିଛନ୍ତି ଦିଲୀପ । ସେଥିପାଇଁ ସେ ସ୍ବାଧୀନ ଠିଆ ହୋଇ ଜିତିବେ ବୋଲି କନଫିଡେଣ୍ଟ ଥିଲେ ବୋଲି କହିଛନ୍ତି । ଦିଲୀପ ରାୟ କହିଛନ୍ତି ସେକେବେ ବିଜେଡି ଛାଡି ନାହାଁନ୍ତି ବରଂ ବିଜେଡି ତାଙ୍କୁ ଦଳରୁ ବାହାର କରିଦେଇଛି । ଆଗକୁ ବିଜେଡି ଆହୁରି ଦୁର୍ବଳ ହେବ ଏବଂ ଭାଙ୍ଗିଯାଇପାରେ ବୋଲି ଭବିଷ୍ୟବାଣୀ କରିଛନ୍ତି ଦିଲୀପ ।