ଭୁବନେଶ୍ୱର ୨୦।୧୧ : ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆହୁରି ପ୍ରାୟ ୨ ଘଣ୍ଟା ଧରି ଜାରି ରହିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆଜି ସକାଳ ୧୧ଟା ୩୦ ସୁଦ୍ଧା ବାତ୍ୟା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସେହିପରି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ। ଏହାପରେ ମଧ୍ୟରାତ୍ରି ସୁଦ୍ଧା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଆକଳନ କରାଯାଇଛି। ସେହିପରି ବାତ୍ୟାର ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

Also Read:-ବାତ୍ୟା ପ୍ରଭାବରେ ଫୁଲୁଛି ଘୋଡ଼ାହାଡ଼ ନଦୀ, ନଦୀକୂଳିଆଙ୍କୁ ବନ୍ୟା ଭୟ

ଅନ୍ୟପଟେ ଧୀରେ ଧୀରେ ପବନର ବେଗ କମିବ। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୮୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଆଜି ଅପରାହ୍ନ ସୁଦ୍ଧା ପବନଜନିତ ବିପଦ ଅନେକାଂଶରେ କମିଯିବାର ସମ୍ଭାବନା ଥିବା ବେଳେ ବର୍ଷା ଜାରି ରହିବ। ଆଗାମୀ ୨୪ ଘଣ୍ଟା ପରେ ବର୍ଷାର ପରିମାଣ ମଧ୍ୟ କମିବା ନେଇ ଆକଳନ କରାଯାଇଛି।

ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାରୀ ବର୍ଷା ରେକର୍ଡ ହୋଇଛି। ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ହୋଇଥିବା ବେଳେ ହିଞ୍ଜିଳିରେ ୨୦୭ ମିଲିମିଟର ଓ ଚିକିଟିରେ ୧୯୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅନ୍ୟ ସ୍ଥାନଗୁଡ଼ିକରେ ରେକର୍ଡ ହୋଇଥିବା ବର୍ଷାର ପରିମାଣ ଯଥାକ୍ରମେ :-

ପାତ୍ରପୁର – ୨୦୯ ମିମି

ହିଞ୍ଜିଳି – ୨୦୭ ମିମି

ଚିକିଟି – ୧୯୯ ମିମି

ଗୋପାଳପୁର – ୧୯୦ ମିମି

ଛତ୍ରପୁର – ୧୪୯ ମିମି

ଚାନ୍ଦବାଲି – ୧୧୯ ମିମି

ତିହିଡ଼ି – ୧୦୦ ମିମି

କୁଜଙ୍ଗ – ୯୭ ମିମି

ପାରାଦୀପ – ୯୩ ମିମି

ରାଜକନିକା – ୮୨ ମିମି

ରାଜନଗର – ୮୨ ମିମି

ପୁରୀ – ୭୯ ମିମି

ପଟ୍ଟାମୁଣ୍ଡାଇ – ୭୬ ମିମି

ଜି. ଉଦୟଗିରି – ୭୫ ମିମି

Watch Video:-