କଟକ ୧୬।୧୧: ଗଣ ଦୁଷ୍କର୍ମର ଶିକାର ହୋଇ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ତେଲକୋଇ ଅଞ୍ଚଳର ଆଦିବାସୀ ମହିଳା ଜଣକ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଛି କଟକ ମହିଳା ବିଜେଡି ସଂଗଠନ । ଆଜି ନଗର ସଭାପତି ଏବଂ କେଏମ୍‌ସିର ଡେପୁଟି ମେୟର ଦମୟନ୍ତୀ ମାଝୀ ଏସ୍‌ସିବି ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦମୟନ୍ତୀ ଦାବି କରିଛନ୍ତି ।

Also Read:- ବୌଦ୍ଧ ବ୍ୟବସାୟୀ ନିଖୋଜର ୪ ଦିନ ପରେ ବି ମିଳୁନି ପତ୍ତା, ଖୋଜିବାକୁ ବଣିକ ସଂଘ ଦାବି

ଗତ ୧୩ ତାରିଖରେ ଆଦିବାସୀ ମହିଳା ଜଣକ ମୁମୂର୍ଷୁ ଅବସ୍ଥାରେ ଏସ୍‌ସିବି ଆସିଥିଲେ । ସେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ନେଇ ତେଲକୋଇ ଥାନାରେ ଅଭିଯୋଗ ହୋଇଛି । ପୂର୍ବରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏବେ ତାଙ୍କର ୫ଟି ସନ୍ତାନ ଅଛନ୍ତି । ତେଣୁ ମୃତା ଆଦିବାସୀ ମହିଳାଙ୍କ ପାଇଁ ନ୍ୟାୟ ଦାବି କରିଛି କଟକ ମହିଳା ବିଜେଡି ସଂଗଠନ ।