କଟକ ୧୬।୧୧: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ଐତିହାସିକ ବାଲିଯାତ୍ରାରେ ବୋଟ୍ ରେସ୍ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ଅନ୍ତର୍ଜାତୀୟ ବୋଟ୍ ରେସ୍ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଦଳ ଆସିବା ପାଇଁ ସହମତି ଦେଇ ନଥିବା ବେଳେ ଡ୍ରାଗନ୍ ବୋଟ୍ ଇଣ୍ଡିଆନ୍ ଫେଡେରେସନ ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଜି କେରଳରୁ ଏଥିପାଇଁ କିଛି ଡ୍ରାଗନ୍ ବୋଟ୍ ମହାନଦୀର ଗଡଗଡିଆ ଘାଟରେ ପହଞ୍ଚିଛି । ଏହାସହ ଡ୍ରାଗନ୍ ବୋଟ୍ ଇଣ୍ଡିଆନ ଫେଡେରେସନର ସେକ୍ରେଟାରୀ ଜେନେରାଲ ମଧ୍ୟ କଟକରେ ପହଞ୍ଚିଛନ୍ତି।

Also Read:- ପଞ୍ଚୁକରେ ବଡ଼ ପରିବର୍ତ୍ତନ ; ଦ୍ୱାଦଶୀ ତିଥି କ୍ଷୟ, ହେବନି ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ

ଡ୍ରାଗନ୍ ବୋଟ୍ ଫେଡେରେସନର ସୂଚନା ଅନୁସାରେ ଚଳିତ ବର୍ଷ ବାଲିଯାତ୍ରା ଅବସରରେ ଆୟୋଜିତ ହେବାକୁ ଥିବା ଜାତୀୟ ବୋଟ୍ ରେସ୍ ପ୍ରତିଯୋଗିତାରେ ୨୬ଟି ରାଜ୍ୟର ୬ ଶହ ପ୍ରତିଯୋଗୀ ଭାଗ ନେବେ । ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିବ ବୋଲି ସୂଚନା ଦେଇଛନ୍ତି ଡ୍ରାଗନ ବୋଟ୍ ଇଣ୍ଡିଆନ ଫେଡେରେସନର ସେକ୍ରେଟାରୀ ଜେନେରାଲ ।