ଦିଗପହଣ୍ଡି ୦୭।୦୪ : ବାଇକରେ ଆସିଲେ, ଦୋକାନ ସାମ୍ନାରେ ଗାଡ଼ି ରଖିଲେ । କିଛି କ୍ଷଣ ରହିବା ପରେ ଦୋକାନ ଉପରୁ ଆଖୁବୁଜା ଗୁଳିମାଡ଼ କରିଲେ । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଗାଡ଼ି ଜରିଆରେ ମାରିଲେ ଫେରାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଡେଙ୍ଗାଓସ୍ତା ଗାଁରୁ ଆସିଛି ଏପରି ଘଟଣା । ଗଞ୍ଜାମ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଡେଙ୍ଗାଓସ୍ତା-ଭୀଷ୍ମଗିରି ଗାଁର ମୁଖ୍ୟରାସ୍ତା କଡ଼ରେ ଥିବା ଶ୍ରୀଦୁର୍ଗା ସୁନା ଦୋକାନ ମାଲିକ ପବିତ୍ର ବିଷୋୟୀ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ । ଏହି ସମୟରେ ପବିତ୍ର ବିଷୋୟୀଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ୨ଟି ବାଇକରେ ୪ ଦୁର୍ବୃତ୍ତ ଆସି ଗୁଳି ମାରି ଫେରାର ହୋଇଯାଇଛନ୍ତି। ତେବେ ଏହି ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୁନା ଦୋକାନୀ ପବିତ୍ର ବିଷୋୟୀ । ସେ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ଭର୍ତ୍ତି କରିଛନ୍ତି।

​​​​​​​Also Read:-ଗୋ-ମାଫିଆଙ୍କ ବିରୋଧରେ ଆକ୍ସନ, ୮ଟି ସ୍ଥାନରେ ଚାଲିଛି ଚଢାଉ, ଘରୁ ଠାବ ହେଲା ସିକ୍ରେଟ୍ ରୁମ୍

ଅନ୍ୟପଟେ ଖବରପାଇ ପାଟପୁର ଓ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିଏ ଓ କାହିଁକି ଗୁଳିମାଡ଼ କରିଛି, ସେନେଇ ଛାନ୍‌ ଜାରି ରହିଛି । ଏହାସହିତ ଆଖପାଖରେ ଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି ପୋଲିସ ।