ନୂଆଦିଲ୍ଲୀ ୨୪।୧୦; ବଲିଉଡ୍ ଅଭିନେତା ଅମୀର ଖାନଙ୍କ ଭଣଜା ତଥା ଅଭିନେତା ଇମ୍ରାନ ଖାନ। ନିକଟରେ ତାଙ୍କ ବୈବାହିକ ଜୀବନକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଦୀର୍ଘ ଦିନର ନିରବତା ପରେ ନିଜ ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପତ୍ନୀ ଅବନ୍ତୀକା ମଲିକ। ଇମ୍ରାନ ଖାନ ହିଁ ଅଲଗା ହେବାର ନିଷ୍ପତ୍ତି ନେଇଥିବା ନେଇ ସେ ସ୍ପଷ୍ଟ କରି କହିଛନ୍ତି। ୨୦୧୧ରେ ଉଭୟ ବିବାହ କରିଥିବା ବେଳେ, ୨୦୧୯ରେ ସେମାନେ ଅଲଗା ହୋଇଯାଇଥିଲେ। ଏହି ବିଚ୍ଛେଦ ତାଙ୍କ ପାଇଁ ଜୀବନର ଏକ ଗଭୀର ଭାବନାତ୍ମକ ଆଘାତ ଥିଲା ବୋଲି ଅବନ୍ତୀକା କହିଛନ୍ତି।

ଛାଡ଼ପତ୍ର ପାଇଁ କିଏ ପଦକ୍ଷେପ ନେଇଥିଲା?

ନିକଟରେ ସୋହା ଅଲି ଖାନଙ୍କ ଚାଟ୍ ଶୋ’ରେ ଖୁଲାସା କରିଛନ୍ତି ଅବନ୍ତୀକା। କହିଛନ୍ତି ଛାଡ଼ପତ୍ର ପାଇଁ ଇମ୍ରାନ ହିଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ସେ ନିଜ ଆଡ଼ୁ କେବେ ବି ଏପରି ନିଷ୍ପତ୍ତି ନେଇନଥାନ୍ତେ। ଅଲଗା ହେବା ପରେ ତାଙ୍କୁ ଲାଗିଥିଲା ଯେମିତି ସେ ନିଜ ପାଇଁ ଦେଖିଥିବା ଭବିଷ୍ୟତ ଏବଂ ସ୍ୱପ୍ନର ଜୀବନ ଶେଷ ହୋଇଗଲା। ସେ ନିଜ ବିବାହର ଅନ୍ତକୁ ନିଜ ଜୀବନର ସବୁଠାରୁ ଘନିଷ୍ଠ ସମ୍ପର୍କର ମୃତ୍ୟୁ ବୋଲି ବର୍ଣ୍ଣନା କରିଛନ୍ତି।  "ସେ ହିଁ ଏହା କରିଥିଲେ। ମୁଁ କେବେବି ଏପରି କରିନଥାନ୍ତି।

ଇମ୍ରାନଙ୍କ ଠାରୁ ଅଲଗା ହେବା କିପରି ଥିଲା ?

ଅଲଗା ହେବା ବିଷୟରେ କହିବାକୁ ଯାଇ ଅବନ୍ତୀକା ଜଣାଇଲେ, "ଯେତେବେଳେ ଆମେ ପ୍ରଥମେ ଅଲଗା ହେଲୁ, ସେତେବେଳେ ମନେହେଲା ଯେପରି ମୁଁ କଳ୍ପନା କରିଥିବା ଜୀବନର ଅନ୍ତ ଘଟିଗଲା । ଉଭୟଙ୍କ ସମ୍ପର୍କ ଭାଙ୍ଗିବା ପଛରେ କୌଣସି ଗୋଟିଏ ବଡ଼ ଘଟଣା ନଥିଲା ବୋଲି ଅବନ୍ତୀକା କହିଛନ୍ତି। ସେ ବହୁତ କମ୍ ବୟସରେ ଏକ ସମ୍ପର୍କରେ ଯୋଡ଼ି ହୋଇଯାଇଥିଲେ। ସେତେବେଳେ ସେ ବୁଝିପାରିନଥିଲେ ଯେ ଖୁସି ଏବଂ ସନ୍ତୁଷ୍ଟ ରହିବା ସମ୍ପୂର୍ଣ୍ଣ ଭାବେ ନିଜ ହାତରେ ଥାଏ । ଏଥିପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି। ସେ କହିଥିଲେ, "ଆପଣ ନିଜେ ମଧ୍ୟ ଜାଣିପାରନ୍ତି ନାହିଁ, କିନ୍ତୁ ସମୟ ବିତିବା ସହ ଆପଣ ନିଜ ସମ୍ପର୍କକୁ ନଷ୍ଟ କରିଦିଅନ୍ତି; କାରଣ ଆପଣ ଏପରି କିଛି ଆଶା ରଖିଥାନ୍ତି ଯାହା ବାସ୍ତବତାଠାରୁ ବହୁତ ଦୂରରେ ଥାଏ। ବିବାହକୁ ବଞ୍ଚାଇବା ପାଇଁ ଉଭୟ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କ ଆଗକୁ ବଢ଼ିପାରିନଥିଲା।

​​​​​​​

 

ଅନ୍ୟପଟେ, ଅବନ୍ତୀକାଙ୍କଠାରୁ ଅଲଗା ହେବା ପରେ ଇମ୍ରାନ ଖାନଙ୍କ ଜୀବନରେ ଲେଖା ୱାଶିଂଟନଙ୍କ ଏଣ୍ଟ୍ରି ହୋଇଥିଲା। ୨୦୨୪ରେ ଇମ୍ରାନ ସର୍ବସାଧାରଣରେ ଲେଖାଙ୍କ ସହ ନିଜ ସମ୍ପର୍କକୁ ସ୍ୱୀକାର କରିଥିଲେ। ଇମ୍ରାନ ଏବଂ ଲେଖା ପରସ୍ପରକୁ ୧୫ ବର୍ଷ ଧରି ଜାଣନ୍ତି। ଏହାରି ଭିତରେ ଇମ୍ରାନ ଖାନଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ମୁମ୍ବାଇରେ ଏକ ବିକ୍ଷୋଭରେ ଯୋଗ ଦେବା ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ ଉଠିବା ସହ ଭାରତ ଛାଡ଼ିବା ପାଇଁ ନୋଟିସ୍ ଜାରି ହୋଇଥିବା ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୮ ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯାଇଛି।