ଭଦ୍ରକ ୦୭।୦୪ : ଫୁଲ୍ ଆକ୍ସନମୋଡ଼ରେ ପୋଲିସ । ଗୋ ତସ୍କରୀ ଅଭିଯୋଗରେ ଭଦ୍ରକ ପୋଲିସ କରିଛି ବଡ଼ଧରଣର ଚଢାଉ । ୮ଟି ସ୍ଥାନରେ ଏକାସାଙ୍ଗରେ ଚାଲିଛି ଧମାଧମ୍ ରେଡ୍ । ଏହି ଚଢାଉରେ ପୋଲିସକୁ ୨୦ ଲକ୍ଷ ଟଙ୍କା, ସୁନାଗହଣା, ଖଣ୍ଡା ଆଦି ସାମଗ୍ରୀ ମିଳିଛି ।

ଖବର ଅନୁଯାୟୀ, ଭଦ୍ରକରେ ଗୋ ତସ୍କରୀଙ୍କ ଘରେ ବଡ଼ ଧରଣର ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ଭଦ୍ରକ ପୋଲିସ ପକ୍ଷରୁ ରେଡ୍ ଚାଲିଛି । ପୁରୁଣା ବଜାର ଓ ଗୁଜି ଦରଡା ଅଞ୍ଚଳରେ ଚଢାଉ କରୁଛି ପୋଲିସ। ବେଆଇନ ଗୋ ଚାଲାଣ ନେଇ ଏହି ଚଢ଼ାଉ କରୁଛି ପୋଲିସ । ତେବେ ଚଢାଉ ବେଳେ ନଗଦ ୨୦ ଲକ୍ଷ ଟଙ୍କା ସହ ସୁନା ଗହଣା , ଭୁଜାଲି , ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି ।

Also Read:-IIT Baba Marriage: ବିବାହ ସରିଲା, ଏବେ ଭବିଷ୍ୟତ ଯୋଜନା କଣ ? ଜବାବ ଦେଲେ ଅଭୟ ସିଂହ

ସେହିପରି ଘର୍ ଭିତରେ ସିକ୍ରେଟ ଚାମ୍ବର ଠାବ ହୋଇଥିବା ବେଳେ ୫ ଗୋ ମାଫିଆଙ୍କୁ ଅଟକ ରଖିଛି ପୋଲିସ। କିଛି ସମୟ ପରେ ସମ୍ପୂର୍ଣ୍ଣ ଜବତ ଟଙ୍କା ଓ ସମ୍ପତ୍ତିର ସୂଚନା ଦେବ ପୋଲିସ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ପୋଲିସ ଫୋର୍ସ ମଗାଯିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Watch Video:-