ଭୁବନେଶ୍ୱର ୨୪।୧୦ : ଅଭିନେତା ପପୁ ପମପମ୍ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଓଲିଉଡ୍ କମେଡିଆନ୍ ପପୁ ପମପମ୍ ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ପପୁ ପମପମ୍ ରହୁଥିବା ଘର ଆଗରେ ବିକ୍ଷୋଭ କରିଥିବା ଦେଖାଦେଇଛି ।

ଦିବ୍ୟାଙ୍ଗମାନଙ୍କୁ ନେଇ ହୋଇଥିବା ଫିଲ୍ମ "ଆଗ୍ନେୟ ୱେଡ୍ସ ମିନଲ" ବିରୁଦ୍ଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବଂ ପ୍ରବାସୀ ଓଡ଼ିଆ ଗ୍ରୁପରେ ଫିଲ୍ମ ନଦେଖିବାକୁ ପପୁ କହିଥିବା ନେଇ ଅଭିଯୋଗ ଆଣିଛି ଓଡ଼ିଶା ଦିବ୍ୟାଙ୍ଗ ଜନକଲ୍ୟାଣ ସଙ୍ଘ । ଏହି ଅଭିଯୋଗରେ ଦିବ୍ୟାଙ୍ଗ ଜନକଲ୍ୟାଣ ସଂଘ ପପୁ ପମପମ୍ ରହୁଥିବା ଜଗନ୍ନାଥ ବିହାର ସ୍ଥିତ ଭଡା ଘରେ ପହଞ୍ଚିଥିଲା । ହେଲେ ପପୁ ସେଠାରେ ରହୁନଥିବା ଘର ମାଲିକ କହିବାରୁ ସେମାନେ ସେଠାରୁ ଚାଲି ଆସିଥିଲେ ।

Also Read:-ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅଧିକ ରହିବା ଆଶଙ୍କା, ୬ ଜିଲ୍ଲା ଉପରେ ନଜର

ସେହିପରି ବବି ଇସଲାମ, ଅକ୍ଷୟ ପରିଜା ମଧ୍ୟ ଆପତ୍ତିଜନକ ମତ ଦେଇଥିବା ଅଭିଯୋଗ ଆସିଛି । ବବି ଇସଲାମ ଓ ଅକ୍ଷୟ ପରିଜାଙ୍କ ଘରକୁ ଯାଇ ଫିଲ୍ମ ଦେଖିବାକୁ ଅନୁରୋଧ କରିବେ ବୋଲି ସଂଘ କହିଛି । ପପୁ, ବବି ଇସଲାମ ଓ ଅକ୍ଷୟ ପରିଜା ଖୁବଶୀଘ୍ର ଏହାର ସମାଧାନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଲ୍ ଓଡ଼ିଶା ଦିବ୍ୟାଙ୍ଗ ଜନକଲ୍ୟାଣ ସଙ୍ଘ ସମ୍ପାଦକ ନାରାୟଣ ରାଉତ କହିଛନ୍ତି ।