ମୁମ୍ଵାଇ ୨୪।୧୦; ବଲିଉଡ୍ ଅଭିନେତା ଟାଇଗରଶ୍ରଙ୍କ ଉପରେ ଗତ ରବିବାର ହୋଇଥିବା ଗୁଳିମାଡ଼ ଘଟଣା ଯୋଗୁ ବଲିଉଡ୍ ଏବେ ସ୍ତନ୍ତ୍ର। ସେହି ମାମଲାରେ ପୁଲିସର ତଦନ୍ତ ଜାରି ରହିଛି। ଇତିମଧ୍ୟରେ ମହାନାୟକ ଅମିତାଭଙ୍କ ବଙ୍ଗଳାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ପୋଲିସ ତାକୁ ଗୁରୁତର ଭାବେ ନେଇ ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇ ମେୟର ରିତୁ ତାୱଡ଼େଙ୍କ ଅଫିସ୍କୁ ଆଜି ସକାଳେ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ସେଥିରେ ଲେଖାଯାଇଛି, ଅକ୍ଟୋବ କ୍ଟୋବର ୩୧ରୁ ନଭେମ୍ବର ୨୭ତାରିଖ ମଧ୍ୟରେ ଅମିତାଭଙ୍କ ବାସଭବନ ‘ଜଲ୍ସା’କୁ ଟାର୍ଗେଟ୍ କରାଯାଇପାରେ। ‘ଜଲସା’କୁ ବୋମରେ ଉଡ଼ାଇ ଦିଆଯିବ। ଏହା ୧୯୮୪ର ‘ଅପରେସ ରସନ୍ ବ୍ଲୁ ଷ୍ଟାର'ର ପ୍ରତିଶୋଧ ହେବ। ଇ-ମେଲ୍ରେ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କୁ ଦୋ ନଭେମ୍ବର ୨୭ରେ ମହାଲକ୍ଷ୍ମୀ ରେସ୍ କୋର୍ସରେ ଆତ୍ମଘାତୀ ଆକ୍ରମଣରେ ହତ୍ୟା ପାଇଁ ବି ଧମକ ଦିଆଯାଇଛି। ଦିଲ୍ଜିତ ଅମିତାଭଙ୍କ ପାଦ ଛୁଇଁ ଛୁଇଁଥିବାରୁ ତାଙ୍କ ଉପରେ ଆକ୍ରମଣ କରାଯିବ ବୋଲି କୁହଯାଇଛି। ସେଥିରେ ଖଲିସ୍ତାନ ସମର୍ଥନରେ ନାରା ମଧ୍ୟ ଲେଖାଯାଇଥିଲା। ଏଥିସହ ବିଏମ୍ସି ଅଫିସ୍କୁ ଆଜି ଅପରାହ୍ନ ୩ଗରେ ମଧ୍ୟ ବୋମାରେ ଉଡ଼ାଇ ଦିଆଯିବାକୁ କୁହାଯାଇଥିଲା।

ନଭେମ୍ବର ୨୭ରେ ମହାଲକ୍ଷ୍ମୀ ରେସ କୋର୍ସରେ ଦିଲଜିତଙ୍କର କାର୍ଯ୍ୟକ୍ରମ ରହିଛି। ସୁରକ୍ଷାଗତ କାରଣ ଦର୍ଶାଇ ପୁଲିସ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଅନୁମତି ଦେବାକୁ ମନା କରିଥିଲା । କିନ୍ତୁ ବିଭିନ୍ନ ଆଡୁ ବିରୋଧ ପରେ ପୁଲିସ ଅନୁମତି ଦେଇଛି।ମୁମ୍ବାଇ ପୁଲିସ, ଡଗ୍ ସ୍ଟ୍ରାଡ, ବୋମା ନିରୋଧୀ ସ୍ବାଡ୍ ବିଏମ୍ସି ମୁଖ୍ୟାଳୟରେ ପହଞ୍ଚିଥିଲେ। ମେୟର ଏବଂ ଡେପୁଟି ମେୟରଙ୍କ କାର୍ଯ୍ୟାଳୟ ସମେତ ପୂରା ବିଏମ୍ସି ମୁଖ୍ୟାଳୟ ଯଞ୍ଚ କରଯାଇଥିଲା। ଅବଶ୍ୟ କେଉଁଠାରୁ କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିଲା। ଏହାପରେ ଇ-ମେଲ୍ର ଆଇପି ଠିକଣା ଏବଂ ସର୍ଭର ଲୋକେସନ୍ ଟ୍ରକ୍ କରିବା ଲାଗି ମୁମ୍ବାଇ ପୁଲିସର ସାଇବର ସେଲ୍ ତଦନ୍ତ ଆରମ୍ଭ କରିଛି।