ନୂଆଦିଲ୍ଲୀ: ଭାରତ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡ ଦଳକୁ ଲାଗିଛି ବଡ଼ ଝଟକା। ଦ୍ରୁତ ବୋଲିଂ ବିଭାଗରେ ଦଳ ଦୁର୍ବଳ ହୋଇଛି। ଲକି ଫର୍ଗ୍ୟୁସନ ଶେଷ ଦୁଇଟି ମ୍ୟାଚରୁ ବି ବାହାରି ଯାଇଛନ୍ତି। ଅନ୍ୟପଟେ ଆହତ ସମସ୍ୟାରୁ ମୁକୁଳିଥିବା ବ୍ଲେୟର ଟିକନରଙ୍କୁ ସାତ ଦିନିଆ ଷ୍ଟାଣ୍ଡ ଡାଉନ ପିରିୟଡ ଦେଇ ଗତି କରିବାକୁ ପଡ଼ିବ। ଟିକନରଙ୍କୁ ଓ୍ଵେଲିଂଟନରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ହେଲମେଟରେ ବଲ୍ ବାଜିଥିଲା। ତେଣୁ ଦୁଇ ବୋଲର ତୃତୀୟ ଦିନିକିଆରୁ ବାଦ୍ ପଡ଼ିଛନ୍ତି।

ନ୍ୟୁଜିଲାଣ୍ଡ କ୍ରିକେଟ୍ ଅଫିସିଆଲ ବିବୃତି ଜାରି କରି କହିଛି ଯେ, ଫର୍ଗ୍ୟୁସନ ଆହତ ଜନିତ ସମସ୍ୟାରୁ ସଂପୂର୍ଣ୍ଣ ମୁକୁଳି ପାରି ନାହାନ୍ତି। ଟି-୨୦ ସିରିଜ୍ ସମୟରେ ତାଙ୍କୁ ଆଘାତ ଲାଗିଥିଲା। ସେହିପରି ବ୍ଲେୟାର ଟିକନରଙ୍କୁ କ୍ଲିନ ଚିଟ୍ ମିଳିଛି, ମାତ୍ର ତାଙ୍କୁ ଏବେ ୭ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡ ଡାଉନ ଅବଧି ଦେଇ ଗତି କରିବାକୁ ପଡ଼ିବ। ଏହି ସମୟରେ ଟିକନର ଭାରତ ବିପକ୍ଷ ତୃତୀୟ ଓ ଚତୁର୍ଥ ଦିନିକିଆ ଖେଳି ପାରିବେ ନାହିଁ। ଫଳରେ ଦ୍ରୁତ ବୋଲିଂ ଅଲରାଉଣ୍ଡର କ୍ରିଷ୍ଟିୟନ କ୍ଲାର୍କଙ୍କୁ ଅବଶିଷ୍ଟ ମ୍ୟାଚ୍ ପାଇଁ ଦଳରେ ସାମିଲ୍ କରାଯାଇଛି।

Also Read: ଶତକ ମାରିଲେ ଅର୍ଜୁନ, ବିଜୟ ଛଡ଼ାଇନେଲେ ହମଜା; ପାକିସ୍ତାନ ଆଗରେ ପୁଣି ହାରିଲା ଭାରତ

ମ୍ୟାଡ୍ ହେନରୀଙ୍କୁ ନେଇ ମଧ୍ୟ ସଦ୍ୟତମ ଖବର ଆସିଛି। ହେନରୀ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଡେଭନ କନଓ୍ଵେଙ୍କ ସହ ଧକ୍କା ହୋଇଥିଲେ। ଆଶା କରାଯାଉଛି ସେ ଚତୁର୍ଥ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିବେ। ଟେଷ୍ଟ ସିରିଜ୍ ପାଇଁ କାଇଲ ଜେମିସନ ଓ ମ୍ୟାଟ୍ ହେନରୀଙ୍କୁ ତୃତୀୟ ଦିନିକିଆ ପରେ ଏକାଠି ପ୍ରସ୍ତୁତି ଆରମ୍ଭ କରିବାର ଥିଲା। ହେଲେ ଆହତ ସମସ୍ୟା କାରଣରୁ ଏଥିରେ ବାଧା ଆସିଛି। ଚତୁର୍ଥ ଦିନିକିଆ ଖେଳିବା ପରେ ହିଁ ଟେଷ୍ଟ ପାଇଁ ଏହି ଦ୍ରୁତ ବୋଲର ନିଜର ପ୍ରସ୍ତୁତି ଆରମ୍ଭ କରିବେ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ନଭେମ୍ବର ୧୦ରେ ହାମିଲଟନର ସେଡନ ପାର୍କରେ ଖେଳାଯିବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚକୁ ଭ୍ରମଣକାରୀ ଦଳ ୫ ଓ୍ଵିକେଟରେ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚକୁ DLS ଅନୁସାରେ ୪ ରନରେ ଜିତିବାକୁ ସକ୍ଷମ ହୋଇଥିଲା।

Also Read: ଏସିଆ କପରୁ ନାଁ ଫେରାଇ ଚକିତ କଲେ ରଜତ ପାଟିଦାର, ବଦଳ ଖେଳାଳି ଘୋଷଣା କଲା BCCI

ତୃତୀୟ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଟିମ୍

ମିଚେଲ୍ ସାଣ୍ଟନର(ଅଧିନାୟକ), ମାଇକେଲ୍ ବ୍ରେସଓ୍ଵେଲ, କ୍ରିଷ୍ଟିୟାନ କ୍ଲାର୍କ, ଜାକବ ଡଫି, ମ୍ୟାଟ୍ ଫିଶର, କାଇଲ ଜେମିସନ, ନିକ କେଲି, ଟମ୍ ଲାଥମ, ଡାରିଲ ମିଚେଲ୍, ହେନରୀ ନିକୋଲାସ, ଗ୍ଲେନ ଫିଲିପ୍ସ, ଟିମ୍ ସେଇଫର୍ଟ, ନାଥନ ସ୍ମିଥ, ଓ୍ଵିଲ ୟଙ୍ଗ।