ନୂଆଦିଲ୍ଲୀ: ନଭେମ୍ବର ୧୯ରୁ ଆରମ୍ଭ ହେଉଛି ରାଇଜିଂ ଷ୍ଟାର୍ସ ଏସିଆ କପ୍। ଏଥିପାଇଁ ଭାରତୀୟ ଦଳ ଘୋଷଣା ବି ହୋଇ ସାରିଛି। ତିଳକ ବର୍ମାଙ୍କୁ ଅଧିନାୟକ ଦାୟିତ୍ଵ ମିଳିଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି ରଜତ ପାଟିଦାର। ତେଣୁ ବିସିସିଆଇକୁ ଭାରତୀୟ ଦଳରେ ପରିବର୍ତ୍ତନ କରିବାକୁ ପଡ଼ିଛି।

ରଜତ ପାଟିଦାରଙ୍କୁ ରାଇଜିଂ ଷ୍ଟାର୍ସ ଏସିଆ କପରେ ଭାରତୀୟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଥିଲା। ପାଟିଦାର ବିସିସିଆଇ ସାମ୍ନାରେ ନିଜର ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ, ସେ ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ତାଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଉ। ତାଙ୍କ ବଦଳରେ ବିସିସିଆଇ ଆୟୁଷ ବାଦୋନୀଙ୍କୁ ସାମିଲ୍ କରିଛି। ବାଦୋନୀ ସଂପ୍ରତି ଚମତ୍କାର ଫର୍ମରେ ଅଛନ୍ତି। ରଣଜୀ ଟ୍ରଫିରେ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୫୫୯  ରନ କରି ସାରିଛନ୍ତି। ଏଥିରେ ଦୁଇଟି ଦ୍ଵିଶତକ ସାମିଲ। ଅନ୍ୟପଟେ ରିଙ୍କୁ ସିଂଙ୍କୁ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି।

Also Read: ଏହି ୨୦ ଖେଳାଳିରୁ ଚୟନ କରାଯିବ 2027 ODI ବିଶ୍ଵକପର ଟିମ୍ ଇଣ୍ଡିଆ ! ମିଳିବ ୧୫ ଜଣଙ୍କୁ ସ୍ଥାନ

ରାଇଜିଂ ଷ୍ଟାର୍ସ ଏସିଆ କପ୍ କତାରରେ  ଖେଳାଯିବ। ଇଣ୍ଡିଆ ଗ୍ରୁପ ଏରେ ପାକିସ୍ତାନ ଏ, ନେପାଳ ଓ ୟୁଏଇ ସହ ରହିଛି। ଭାରତ ନିଜର ପ୍ରଥମ ମ୍ୟାଚ୍ ନଭେମ୍ଵର ୨୦ରେ ନେପାଳ ବିପକ୍ଷରେ ଖେଳିବ। ଏହି ଟିମରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ପରି ଖେଳାଳି ସାମିଲ୍। ଆହତ ସମସ୍ୟାରୁ ମୁକୁଳିବା ପରେ ହର୍ଷିତ ରାଣା ଇଣ୍ଡିଆ ଏ ଟିମ୍ ଜରିଆରେ ପେଶାଦାର କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ରାଇଜିଂ ଷ୍ଟାର୍ସ ଏସିଆ କପରେ ନିଜର ଫିଟନେସ୍ ସାବ୍ୟସ୍ତ କରିବା ପରେ ହର୍ଷିତଙ୍କ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ ଘଟିପାରେ।

 

ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ପରିବର୍ତ୍ତିତ ଟିମ୍

ତିଳକ ବର୍ମା(ଅଧିନାୟକ), ରିଙ୍କୁ ସିଂ(ଉପଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂ, କୁମାର କୁଶାଗ୍ର, ସୂର୍ଯ୍ୟାଂଶ ଶେଡ଼ଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଅର୍ଶଦ ଖାନ, ଆୟୁଷ ବାଦୋନି।