ଭୁବନେଶ୍ୱର ୧୭।୦୬ : ୧୯ରେ ମାଟ୍ରିକ ସଂଶୋଧିତ ଫଳ। ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ପୁନଃ ଯାଞ୍ଚ୍ ବା ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି। ଧାର୍ଯ୍ୟ ସମୟଠାରୁ ଆଗୁଆ ଏହି ପ୍ରକ୍ରିୟା ଶେଷ ହୋଇଥିବାରୁ ଆବେଦନ କାରୀ ପରୀକ୍ଷାର୍ଥୀଙ୍କ ଫଳ ଆସନ୍ତା ୧୯ ତାରିଖରେ ବୋର୍ଡ ୱେବସାଇଟରେ ଅପଲୋଡ କରାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ୍ ଲାଗି ଆବେଦନ କରିଥିଲେ । ଜଣେ ଲେଖାଏ ଏକାଧିକ ବିଷୟର ଖାତା ଯଞ୍ଚ୍ ପାଇଁ ଆବେଦନ କରିଥିଲେ। ଆବେଦନ ଅନୁସାରେ ୯ ହଜାରରୁ ଅଧିକ ଖାତା ଚେକିଂ ଆଡିସନ୍ ପାଇଁ ବୋର୍ଡ କାର୍ଯ୍ୟାଳୟରେ ଶିକ୍ଷକମାନେ ପୁନଃ ଯାଞ୍ଚ୍ କରିଥିଲେ । ଏଥିରେ ଅଧିକାଂଶ ପରୀକ୍ଷାର୍ଥୀଙ୍କର ମାର୍କ ବଢ଼ିଥିବା ଜଣାପଡିଛି । ନମ୍ବର ସଂଶୋଧନ କରାଯିବା ସହ ପୁନଃ ସାର୍ଟିଫିକେଟ୍ ପ୍ରସ୍ତୁତ କରଯିବ। +୨ ପଢିବା ପାଇଁ ଆବେଦନର ଶେଷ ତାରିଖ ହେଉଛି ଆସନ୍ତା ୩୦ ତାରିଖ। ଏହା ପୂର୍ବରୁ ଚେକିଂ, ଆଡିସନ୍ , ସଂଶୋଧିକ ଫଳ ପ୍ରକାଶ କରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି।

Also Read:-ଇରାନ ସହ ଲଢି ବରବାଦ ହୋଇଗଲା ଆମେରିକା : ମିଳିଲାନି କିଛି, ପାଣିରେ ପଡିଲା ୧୦ ଲକ୍ଷ କୋଟି