ବାଲିପାଟଣା: ବାଲିଅନ୍ତା କାଜ ନିକଟରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ପିଟିପିଟି ହତ୍ୟା ମାମଲା ମନରୁ ଲିଭିନଥିବା ବେଳେ, ପୁଣି ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା । ବାଲିଅନ୍ତା ଥାନା ପାଟଣା ଗାଁର ରିଙ୍କୁ ମାର୍ଥାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅଧୀନ ପାଟଣା ଗାଁରେ ଗତ ମଙ୍ଗଳବାର ଦିନ ଘଟିଥିଲା ଘଟଣା । ସାମାନ୍ୟ ବଚସାକୁ ନେଇ ରିଙ୍କୁ ମାର୍ଥାଙ୍କୁ ଗାଁର ଅଶୋକ ଜେନା ଏବଂ ତାଙ୍କ ପରିବାର ଲୋକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ ରିଙ୍କୁ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି।

Also Read: ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦୁଇ ଯୁବତୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ !