ନୂଆଦିଲ୍ଲୀ,|୦୬:ଇସ୍ରାଏଲ ସହ ମିଶି ଇଗନ ଯୁଦ୍ଧକୁ ଓହ୍ଲାଇଥିବା ଆମେରିକାକୁ ଏହା ବେଶ୍ ମହଙ୍ଗା ପଡ଼ିଛି। ଇରାନ ଉପରେ ଆକ୍ରମଣରେ ଅମେରିକାକୁ ବିପୁଳ ସାମରିକ ଏବଂ ଆର୍ଥିକ କ୍ଷତି ହୋଇଛି। ୧୦୭ ଦିନର ସଂଘର୍ଷ ପରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହୋଇଥିଲେ ହେଁ ଆମେରିକାର ହେଇଥିବା ଏହି କ୍ଷତି ସମସ୍ତଙ୍କ ଧନ ଆକର୍ଷଣ କରିଛି।

ସାମରିକ କାର୍ଯ୍ୟନୁଷ୍ଠାନ, ଇନ୍ଧନ ଦର ବୃଦ୍ଧି, ବ୍ୟାପକ ଅର୍ଥିକ ମାନ୍ଦାବସ୍ଥା କାରଣରୁ ଆମେରିକାକୁ ପ୍ରାୟ ୧୧୨ ଅରବ ବଜାର ବା ପ୍ରାୟ ୧୦ ଲକ୍ଷ ୬୦ ହଜାର ଗୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବା ଆକଳନ କରାଯାଇଛି। ଏହି ଯୁଦ୍ଧରେ ଇରାନର ଅନେକ କ୍ଷତି ହୋଇଥିଲେ ହେଁ ରଣନୈତିକ ଦୃଷ୍ଟିରୁ ଶକ୍ତିଶାଳୀ ଆମେରିକା ଏବଂ ଇସ୍ରାଏଲ ଆଗରେ ଇଂରାନକୁ ବଡ଼ ସଫଳତା ମିଳିଥିବା କୁହାଯାଇଛି।

ରିପୋର୍ଟ ଅନୁସାରେ, ଆମେରିକା ଏହି ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟକୁ ହଜାର ହଜାର ସୈନ୍ୟ ପଠାଇଥିଲା । ସମୁଦ୍ରରେ ୩ ଏୟାରକ୍ରାଫ୍ଟ କ୍ୟାରିଅର ଏବଂ ତା' ସହ ପୁରା ନୌସେନା ଟିମ୍ ପଠାଇଥିଲା, ଯାହାର ଦିନକୁ ମେଣ୍ଟେନାନ୍ସ ଖର୍ଚ୍ଚ କୋଟି କୋଟି ଟଙ୍କାରୁ ଅଧିକ ରହିଥିଲା ।

ସେହିପରି ଟ୍ରାଉନ ୟୁନିଭର୍ସିଟିର ରିପୋର୍ଟ' ଅନୁଯାୟୀ, ଆକ୍ରମଣ ଆରମ୍ଭ ହେବା ଦିନଠାରୁ ଆମେରିକାକୁ ୧୧୨ ବିଲିୟନ ତଲାରରୁ ଅଧିକ ବ୍ୟୟ କରିବାକୁ ପଡ଼ିଛି। ଯୁଦ୍ଧର ମାତ୍ର ୬ ଦିନରେ ହିଁ ଆମେରିକା ୧୧.୩ ବିଲିୟନ ଡଲାର ଖର୍ଚ୍ଚ କରିଥିଲା । ଏହା ପରଠାରୁ ଦୈନିକ ପ୍ରାୟ ୧ ବିଲିୟନ ଡଲାର ଲେଖାଏଁ ଖର୍ଚ୍ଚ ଜାରି ରହିଥିଲା । ଯୁଦ୍ଧ ବେଳେ ଗ୍ୟାସୋଲିନ୍, ଡିଜେଲ ଆଦିର ଦରବୃଦ୍ଧି ଯୋଗୁଁ ଆମେରିକାର ପ୍ରତ୍ୟେକ ପରିବାର ଉପରେ ହାରାହାରି ୪୪୭ ଡଲାରର ଅତିରିକ୍ତ ଆର୍ଥିକ ବୋଝ ପଡିଛି। ପେଣ୍ଟାଗନର ଏକ ପରିସଂଖ୍ୟାନରୁ ଜଣାପଡ଼ିଛି, ସାମରିକ କାର୍ଯ୍ୟାନୁଷ୍ଠାନ ପରିସର ବଢ଼େଇବା ସହ ଆମେରିକାର ଯୁଦ୍ଧର ପ୍ରତ୍ୟକ୍ଷ ସାମରିକ ଖର୍ଚ୍ଚ ଦ୍ରୁତଗତିରେ ବଢ଼ିଥିଲା।