ଆନନ୍ଦପୁର ୨୩।୧୦ : ଆନନ୍ଦପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିଲା ପୋଲିସ । କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅଞ୍ଚଳରେ ଅଭିଯୁକ୍ତ ଅର୍ଜୁନ ପ୍ରଧାନ ଗୋଡରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଆନନ୍ଦପୁର ସୋସା ଥାନା୩ ବନ୍ତଳା ଗାଁର ଏକ ଗହଣା ଦୋକାନ ଲୁଟ୍ର ମୁଖ୍ୟ ଅଭିଯୁକ୍ତ ଥିଲା ଅର୍ଜୁନ । ଦୀର୍ଘ ଦିନ ଧରି ପୋଲିସ ଅର୍ଜୁନକୁ ଧରିବା ପାଇଁ ଉଦ୍ୟମ କରୁଥିଲା । ଶେଷରେ ଅର୍ଜୁନର ଠିକଣା ମିଳିଥିଲା । ପୋଲିସକୁ ମିଳିଥିବା ସୂଚନା ଆଧାରରେ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ହେଲେ ପୋଲିସକୁ ଦେଖି ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା । ଯାହାର ଜବାବରେ ଗୁଳିଚାଳନା କରିଥିଲା ପୋଲିସ । ତେବେ ଏହି ଏନକାଉଣ୍ଟରରେ ଅପରାଧୀ ଅର୍ଜନର ଗୋଡ଼ରେ ଗୁଳି ବାଜିଛି । ଯେଉଁଥିରେ ସେ ଗୁରୁତର ଭାବେ ଆହତ ହୋଇଛି । ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:-'ଷ୍ଟିକ୍ ରନ୍' ଗେମ୍ ନିର୍ମାତା ମାନୁଏଲ୍ ଓଟୋଙ୍କ ଆତ୍ମାହୁତି, ଲାଇଭ୍-ଷ୍ଟ୍ରିମିଂରେ ନିଜ ଦେହରେ ଲଗାଇ ଦେଲେ ନିଆଁ

ତେବେ ଅପରାଧୀ ଅର୍ଜୁନ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି । ରାଜ୍ୟ ତଥା ରାଜ୍ୟ ବାହାରେ ୪୦ରୁ ଅଧିକ ମାମଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।