ଉତ୍ତରାଖଣ୍ଡ ୧୬ /୧୦: ପ୍ରକୃତି ସବୁବେଳେ ସୁନ୍ଦର।ଏଇ ଭାବନ୍ତୁ ଆପଣ ଏକ ପାହାଡ ଘେରା ସୁନ୍ଦର ଜାଗାକୁ ବୁଲିବାକୁ ଯାଇଛନ୍ତି, ଆଉ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଇଛନ୍ତି । ହଠାତ୍ ଆପଣଙ୍କ ନଜରକୁ ଆସିଲା ଏକ ସୁନ୍ଦର ହ୍ରଦ । ଆପଣ ଆହୁରି ପାଖକୁ ଗଲେ, ହ୍ରଦ ନିକଟରେ ପହଞ୍ଚି ଗଲେ । କିନ୍ତୁ ହ୍ରଦର ପାଣି ଆଉ ହ୍ରଦ ଚାରିପଟେ ଏମିତି କିଛି ଦୃଶ୍ୟ ଆପଣଙ୍କୁ ବିବ୍ରତ ନୁହେଁ ଭୟଭୀତ କରିଦେଲା । ହ୍ରଦ ପାଖରେ କଣ ସେ ଦୃଶ୍ୟ ।ହାଡ କଙ୍କାଳର ପାହାଡ, ତେବେ ସେସବୁ ମାଛ କଙ୍କଡା କି କଇଁଛ ନୁହେଁ ମଣିଷଙ୍କ ହାଡ କଙ୍କାଳ । ହ୍ରଦ ନିକଟରେ ଏସବୁ କୁଆଡୁ ଆସିଲା ? କେଉଁଠି ସେ ହ୍ରଦ ? ଏହି ହ୍ରଦଟି ଆମ ଭାରତୀୟ ଇଲାକାରେ । ହିମାଳୟ ପାଖରେ, ଉତ୍ତରାଖଣ୍ଡରେ ନାଁ ତାର ରୂପକୁଣ୍ଡ ହ୍ରଦ । ରୂପକୁଣ୍ଡ ହ୍ରଦର ଭିତରେ ଓ ତଟରେ ଗଦା ଗଦା ମଣିଷ କଙ୍କାଳ । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ, ଏସବୁ କଙ୍କାଳ କାହାର ? ଏତେ ଲୋକଙ୍କର କଙ୍କାଳ ଏଠାରେ କିପରି ଗଦା ହେଲା ? ଶହ ଶହ ବର୍ଷର ଉତ୍ତର ନଥିବା ପ୍ରଶ୍ନ । ଯାହାର ଉତ୍ତର ଗବେଷକ, ବୈଜ୍ଞାନିକ ଓ ଭୂତତ୍ତ୍ବବିତ କାହାରି ମୁଣ୍ଡରେ ପଶିପାରୁନି । ଏସବୁର ଜବାବ ଲୁଚିଛି ୧୯୪୨ ମସିହାରେ...

Watch Video: ରୂପକୁଣ୍ଡ ଲେକ୍ର ସତ କଣ ? ଲିଙ୍କ୍‌ରେ କ୍ଲିକ୍ କରନ୍ତୁ...