ବରଗଡ଼ ୨୫।୧୦ : ମାଛ ଧରାକୁ ନେଇ ବିବାଦ । ନାବାଳକକୁ ହତ୍ୟା କଲା ନାବାଳକ । ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ତିନି ଦିନ ତଳେ ନାବାଳକ ନିଖୋଜ ଥିବା ନେଇ ବିଜେପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଶୁକ୍ରବାର ସକାଳୁ ଗାଁ ପୋଖରୀ ହୁଡ଼ାରୁ ନିଖୋଜ ନାବାଳକଙ୍କ ମୃତଦେହ ମିଳିଛି । ତେବେ ଏହି ଘଟଣାକୁ ନେଇ ପୁରା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ ।

Also Read:-Prabhas: ୬ ହଜାର ବିବାହ ପ୍ରସ୍ତାବକୁ ନା, ଆଜି ବି ଅବିବାହିତ ପ୍ରଭାସ! ଜାଣନ୍ତୁ କେଉଁ ବ୍ୟବସାୟ କରିବାକୁ ଚାହୁଁଥିଲେ ଅଭିନେତା

ସେପଟେ ଘଟଣା ସଂପର୍କରେ ସୂଚନା ପାଇ ବିଜେପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ହତ୍ୟା ପଛର ପ୍ରକୃତ କାରଣ ଓ ଘଟଣାରେ କାହାର ସମ୍ପୃକ୍ତି ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ହେଲେ ପ୍ରାଥମିକ ତଦନ୍ତରୁ ଅନୁମାନ ହେଉଛି କି, ଏହି ହତ୍ୟା ପଛରେ ଜଣେ ନାବାଳକଙ୍କ ହାତ ରହିଛି । ମାଛ ଧରାକୁ ନେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।