ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଫଳିଛି ଜାପାନର ମୂଲ୍ୟବାନ ମିୟାଜାକି ଆମ୍ବ ।ହେଲେ ଗୋଟିଏ ଆମ୍ବର ଦାମ ଶୁଣିଲେ ଆପଣଙ୍କ ହୋଶ ଉଡିଯିବ। ଏକ କେଜି ମିୟାଜାକି ଆମ୍ବ ମୂଲ୍ୟ ଏକ ଲକ୍ଷ ଟଙ୍କା। ମାଲକାନଗିରି ଜିଲ୍ଲାର ଜଣେ ଆଦିବାସୀ ଯୁବକଙ୍କ ବାଡିରେ ଫଳିଥିବା ୧୭ଟି ମିୟାଜାକି ଆମ୍ବ କେଉଁଠି ବିକ୍ରି କରିବେ ସେ ନେଇ ଚିନ୍ତାରେ ଅଛନ୍ତି ତମସା ଗ୍ରାମର ଦେବା ମାଡକାମୀ।

ଏହି ଆମ୍ବର ନାଁ ହେଉଛି ମିୟାଜାକି। ଆକାର ବଡ଼। ଦେଖିବାକୁ ବି ସୁନ୍ଦର।ହେଲେ ଏହାର ଦାମ୍ ଶୁଣିଲେ ଯେ କେହି ଚମକି ପଡ଼ିବ।ଏହି ମିୟାଜାକି ଆମ୍ବର ଦାମ ଶହ କି ହଜାର ନୁହଁ, କିଲୋପ୍ରତି ଏହାର ମୂଲ୍ୟ ପ୍ରାୟ ଲକ୍ଷେ ଟଙ୍କା।.. ଜାପାନ ଏହି ମିୟାଜାକି ଆମ୍ବ କିଣିବା ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ସ୍ବପ୍ନ ହୋଇଥିବା ବେଳେ, ସେହି ଆମ୍ବକୁ ଫଳାଇଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ଗାଁର ଆଦିବାସୀ ଯୁବକ ଦେବା ମାଡକାମୀ। ଚାରି ବର୍ଷ ତଳେ ମାଲକାନଗିରି ଜିଲ୍ଲାର ସର୍ବ କୁମାର ବିଷୋୟୀ ନାମକ ବ୍ୟକ୍ତି ତାଙ୍କୁ ଏହି ଆମ୍ବ ଗଛର ଚାରା ଦେଇଥିଲେ।

Also Read: GST ପରିସର ଭିତରେ ଆସିବ ପେଟ୍ରୋଲ ଓ ଡିଜେଲ୍! ପ୍ରଧାନମନ୍ତ୍ରୀଙ୍କୁ ଆସିଲା ଚିଠି

ସର୍ବ ବିଷୋୟୀ ଓଡିଶାର ସଂଯୋଜକ ଥିବା ବେଳେ ଏହି ଚାରା ସେ ଭୁବନେଶ୍ବରରୁ ପାଇଥିଲେ।ତେବେ ନିଜ ବାଡିରେ ଜାଗା ନଥିବାରୁ ସେହି ବୃକ୍ଷକୁ ଦେବା ମାଡକାମୀଙ୍କ ବଗିଚାରେ ଲଗାଇବାକୁ ପରାମର୍ଶ କରିଥିଲେ। ଚାରି ବର୍ଷ ପରେ ଏବେ ସେହି ବଗିଚାରେ ଫଳିଛି ଜାପାନର ମିୟାଜାକି ଆମ୍ବ।ଗୋଟିଏ ଗୋଟିଏ ଆମ୍ବର ଓଜନ ପ୍ରାୟ ଦୁଇ କିଲୋଗ୍ରାମ ହୋଇଛି ଯାହାର ଦାମ ୨ ଲକ୍ଷ ଟଙ୍କା ହେବ ବୋଲି ଦେବା କହିଛନ୍ତି।ତାଙ୍କ ଗଛରେ ଏପରି ୧୭ଟି ଆମ୍ବ ଫଳିଛି।ହେଲେ କିଣିବା ଲାଗି ଲୋକ ନାହାନ୍ତି। ପ୍ରତିଦିନ ଅନେକ ଲୋକ ଦେବା ମାଡକାମୀଙ୍କ ବାଡିକୁ ଯାଇ ଫଟୋ ଉଠାଉଛନ୍ତି ଓ ଆମ୍ବକୁ ଦେଖି କେବଳ ଖୁସି ହେଉଛନ୍ତି।

କେବଳ ଜାପାନରେ ଏହି ଆମ୍ବ ଫଳୁଥିବାରୁ ସେଠାରେ ଏହି ଆମ୍ବକୁ ଜାପାନୀ ଭାଷାରେ ତାୟୋଗ-ନୋ-ତମାଗୋ ବା ଏଗ୍ ଅଫ ସନ୍ ଅର୍ଥାତ ସୂର୍ଯ୍ୟଙ୍କ ଅଣ୍ଡା ବୋଲି କୁହାଯାଏ। ଏହା ଦେଖିବାକୁ ଲାଲ ଏବଂ ସୁନା ଠାରୁ ଅଧିକା ଦାମ ହୋଇଥିବାରୁ ଦେବା ଏହି ଗଛଟିକୁ ନିଜେ ସୁରକ୍ଷା ପ୍ରଦାନ କରୁଛନ୍ତି।ପ୍ରତି ଦିନ ଆମ୍ବକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବା ବେଳେ ଅତି ଦୂରରୁ ଲୋକଙ୍କୁ ଠିଆ କରି ଆମ୍ବକୁ ଦେଖିବା ଲାଗି କୁହାଯାଉଛି । ଆମ୍ବ ଗଛ ଚାରିପଟେ ବାଡ ଦେବା ସହ କୌଣସି ବ୍ୟକ୍ତିଙ୍କୁ ବାଡ଼ ଭିତରେ ପଶିବା ଲାଗି ମନା କରାଯାଉଛି। ଏବେ ଏହି ଆମ୍ବକୁ ଦେବା କେଉଁଠି ବିକ୍ରି କରିବେ ଜାଣିପାରୁନାହାନ୍ତି।

Also Read: ଏପ୍ରିଲ ମାସରେ କମିଛି LPG ବିକ୍ରି, ଘରୋଇ ରୋଷେଇ ଗ୍ୟାସ୍ ବିକ୍ରିରେ ୧୧% ହ୍ରାସ

ମାଳଭୂମିରେ ଏହି ଆମ୍ବ ଫଳିଥିବାରୁ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା ଫଳା ଯାଇପାରିବ ବୋଲି କୁହାଯାଇଛି ।ଦେଶର ଦୁଇ ତିନିଟି ସ୍ଥାନରେ ହିଁ ଏହି ବିରଳ ଆମ୍ବ ଗଛ ରହିଛି। ଏବେ ଆମ୍ବ ପାଚିବା ଆରମ୍ଭ କରିଛି।ଆଗାମୀ ଦିନରେ ଏହି ଆମ୍ବକୁ ଆହୁରି ବଢାଇବା ପାଇଁ ସ୍ଥିର କରିଥିଲେ ମଧ୍ୟ ଏହାର ସୁରକ୍ଷା ଏବଂ ବିକ୍ରି ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିବ ବୋଲି ଦେବା କହିଛନ୍ତି।