ପୁରୀ ୨୦।୫: ପଞ୍ଜାବ ଫିରୋଜପୁରରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି । ଆଗାମୀ ମେ’ ୨୩ ତାରିଖରେ ପଞ୍ଜାବରେ ଅଦିନିଆ ରଥଯାତ୍ରା ପ୍ରସ୍ତୁତିକୁ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ ବିରୋଧ କରିଛି । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଫିରୋଜପୁର ଡେପୁଟି କମିଶନର ତଥା ଜିଲ୍ଲାପାଳ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅପିଲ୍ କରିଛନ୍ତି ।

Also Read:- Puri Temple : ରତ୍ନଭଣ୍ଡାରରେ ଭଣ୍ଡାର ମେକାପ ଦାଦା-ପୁତୁରା ହାତାହାତି ଘଟଣା, ସେବାୟତ ନାରାୟଣ ମେକାପ ନିଲମ୍ବିତ

ଆସନ୍ତା ମେ’ ୨୩ରେ ପଞ୍ଜାବ ଫିରୋଜପୁରରେ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବିଜ୍ଞାପନ ପ୍ରକାଶ କରାଯାଇଛି । ଫିରୋଜପୁର କ୍ୟାଣ୍ଟମେଣ୍ଟ ଠାରେ ଏହି ଅଦିନିଆ ରଥଯାତ୍ରା ପାଳନ କରିବା ପାଇଁ ବ୍ୟବସ୍ଥା ଚାଲିଛି । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାରମ୍ପରିକ ବିଧି ଅନୁସାରେ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବ । ତେଣୁ ନିର୍ଦ୍ଧାରିତ ତିଥି ପୂର୍ବରୁ ବା ପରେ ରଥଯାତ୍ରା କରିବା ଶାସ୍ତ୍ର ବିରୋଧୀ ।

​​​​​​​