ସୋନପୁର ୦୮।୧୧ : ଆକ୍ସନ ମୋଡରେ ଅବକାରୀ ବିଭାଗ । ବେଆଇନ ମଦ କାରବାର ଉପରେ ଜୋରଦାର ଚଢ଼ାଉ । ୧୪୬ ଲିଟର ଦେଶୀ ଓ ବିଦେଶୀ ମଦ ଜବତ ସହ ୭ ଅଭିଯୁକ୍ତ ଗିରଫ ।

ଖବର ଅନୁଯାୟୀ, ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅବକାରୀ ଥାନା ଅଧୀନ ରାମପୁର ଓ ଲଞ୍ଚିପୁର ଥାନା ଅଞ୍ଚଳର ବିଭିନ୍ନ ଗାଁରେ ଏହି ଚଢ଼ାଉ କରାଯାଇଛି । ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୪୬ ଲିଟର ହେବ  । ଏହାସହିତ ଏହି କାରବାରରେ ସଂପୃକ୍ତି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ବିନିକା ଅବକାରୀ ଷ୍ଟାଫ୍, ସୋନପୁର ମୋବାଇଲ ୟୁନିଟ୍ ଓ ସମ୍ବଲପୁର ଇଆଇ ଆଣ୍ଡ ଇବି ୟୁନିଟ୍ ସାମିଲ ହୋଇଥିଲେ । ଆଗକୁ ମଧ୍ୟ ବେଆଇନ ନିଶା କାରବାର ବିରୋଧରେ ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ବିନିକା ଅବକାରୀ ଥାନା ଓଆଇସି ଟଙ୍କଧର କିଷାନ ।

Also Read:-ମହାପ୍ରଭୁଙ୍କ ଚରଣରେ ପ୍ରଥମ କପି ସମର୍ପଣ, ସିଂହଦ୍ୱାର ସମ୍ମୁଖରେ 'ପ୍ରମେୟ ଟାଇମ୍ସ'ର ଲୋକାର୍ପଣ