ଭୋଗରାଇ ୦୮।୧୧ : ରାସ୍ତାକଡ଼ରୁ ମିଳିଲା ରକ୍ତାକ୍ତ ମୃତଦେହ । ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା କାର୍‌, ଆଉ ପାଖରେ ପଡ଼ିଥିଲା ଯୁବକଙ୍କ ମୃତଦେହ । ଯୁବକଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍‌ପେନ୍ସ । ଏହା ହତ୍ୟା ନା ଦୁର୍ଘଟଣା, ତାକୁ ନେଇ ଉଠିଛି ପ୍ରଶ୍ନ । ମୃତକ ହେଉଛନ୍ତି ଭୋଗରାଇ କଚୁଆଡ଼ି ଗ୍ରାମର ଦିବାକର ଖଟୁଆ ।

ଖବର ଅନୁଯାୟୀ, ୫୭ ନମ୍ବର ରାଜ୍ୟ ରାଜପଥର କଚୁଆଡ଼ି ଛକ ନିକଟରେ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ କରାଯାଇଥିଲା । ମଧ୍ୟରାତ୍ରି ସମୟରେ ସ୍ଥାନୀୟ ଲୋକେ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଯୁବକଙ୍କୁ ମୃତ ଘୋଷଣା କରାଯାଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି କଚୁଆଡ଼ି ଗ୍ରାମର ଦିବାକର ଖଟୁଆ । ଘଟଣାସ୍ଥଳ ନିକଟରେ ଏକ କାର୍‌ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ପାଖରେ ପଡ଼ିଥିଲା ଯୁବକଙ୍କ ମୃତଦେହ । ଏହାକୁ ନେଇ ଘଟଣା ଅଧିକ ରହସ୍ୟମୟ ହୋଇପଡ଼ିଛି ।

Also Read:-Khunta Pension Crisis : ପରିଣତ ବୟସରେ କାହିଁକି ବନ୍ତସନ୍ତ , ଏମାନଙ୍କର ଭୁଲ୍ କ'ଣ?

ତେବେ ଯୁବକଙ୍କ ମୃତ୍ୟୁ କେମିତି ହେଲା ? କାର୍‌ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଛି ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ? ଏହା ହତ୍ୟା ନା ଦୁର୍ଘଟଣା, ସେନେଇ ଏବେ ସସ୍‌ପେନ୍ସ ଲାଗି ରହିଛି । ପୋଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।