କଲମ୍ବୋ: ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଫଲୋଅନ ଏଡ଼ାଇବା ସହ ପରାଜୟ ପାଇଁ ସଂଘର୍ଷ କରୁଥିଲା। ବୁଧବାର ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୨୨୯ ରନ କରିଥିଲା। ଲାଗୁଥିଲା ପଞ୍ଚମ ଦିନରେ ଭାରତର ବିଜୟ ନିଶ୍ଚିତ। ହେଲେ ଭାରତ ଏବଂ ବିଜୟ ମଧ୍ୟରେ ପାଚେରୀ ପରି ଛିଡ଼ା ହୋଇଥିଲେ ଶ୍ରୀଲଙ୍କାର ଉଦୀୟମାନ ବ୍ୟାଟର ସୋନାଲ ଦିନୁଷା। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଏହି ବ୍ୟାଟର ଦ୍ଵିତୀୟ ଇନିଂସରେ ସ୍ମରଣୀୟ ଐତିହାସିକ ଶତକୀୟା ଇନିଂସ ଖେଳି ଭାରତର ବିଜୟ ସ୍ଵପ୍ନ ଚୂରମାର କରିଛନ୍ତି। ପଞ୍ଚମ ଦିନ ଶେଷ ସେସନରେ ଶ୍ରୀଲଙ୍କାର ସ୍କୋର ୪୨୯/୯ରେ ଦ୍ଵିତୀୟ ଟେଷ୍ଟ ଡ୍ର ପାଇଁ ରାଜି ହୋଇଥିଲେ ଉଭୟ ଦଳର ଅଧିନାୟକ। ଫଳରେ ଭାରତ ହାତରୁ ବିଜୟ ତ ଗଲା, ଏହା ସହ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ(WTC)ର ଫାଇନାଲରେ ପହଞ୍ଚିବା ମୁସ୍କିଲ ହୋଇଗଲା।

ଉଲ୍ଲେଖନୀୟ ଭାରତ ପ୍ରଥମ ଇନିଂସରେ ୫୦୩/୯ରେ ପାଳି ସମାପ୍ତି ଘୋଷଣା କରିଥିଲା। ଜବାବରେ ଘରୋଇ ଦଳ ୨୯୦ ରନରେ ଅଲଆଉଟ୍ ହୋଇ ଫଲୋଅନର ଶିକାର ହୋଇଥିଲା। ତେବେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଶ୍ରୀଲଙ୍କାକୁ ଫଲୋଅନ ଦେଇ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ। ଆଉ ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ବ୍ୟାଟର ବିଶେଷ କରି ନିମ୍ନ ଭାଗର ଖେଳାଳି ଦମଦାର ପ୍ରଦର୍ଶନ କରି ମ୍ୟାଚକୁ ଡ୍ର ରଖିଛନ୍ତି। ଭାରତ ପାଇଁ ଦେବଦତ୍ତ ପାଡିକଲ ୧୧୭ ରନ ଓ ଧ୍ରୁବ ଜୁରେଲ ୧୧୫ ରନର ଇନିଂସ ଖେଳିଥିଲେ।

Also Read: ସୋନାଲ ଦିନୁଷାଙ୍କ ଐତିହାସିକ କୀର୍ତ୍ତିମାନ, ଭାରତ ବିପକ୍ଷ ଟେଷ୍ଟରେ 'ଡବଲ' ଶତକ ମାରି କଲେ ବିଶ୍ଵ ରେକର୍ଡ

ଶେଷ ସେସନରେ ମ୍ୟାଚ୍ ଡ୍ର

ପଞ୍ଚମ ଦିନର ଶେଷ ସେସନ୍ରେ ଶ୍ରୀଲଙ୍କାର ସ୍କୋର ୪୨୯/୯ ଥିବା ସମୟରେ ଉଭୟ ଦଳର ଅଧିନାୟକ ମ୍ୟାଚ୍କୁ ଡ୍ର ଭାବେ ଘୋଷଣା କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଏହି ଡ୍ର ସହ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟ ଜିତିବାର ସୁବର୍ଣ୍ଣ ସୁଯୋଗ ହରାଇବା ସହ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ (WTC) ଫାଇନାଲରେ ପହଞ୍ଚିବା ବାଟକୁ କିଛିଟା କଠିନ କରିଦେଇଛି। ତେବେ ଗାଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଜିତିଥିବାରୁ ଭାରତୀୟ ଦଳ ୧-୦ରେ ଏହି ଟେଷ୍ଟ ସିରିଜ୍ ନିଜ ନାମରେ କରିଛି।

ଦିନୁଷାଙ୍କ ଐତିହାସିକ ସଂଘର୍ଷ

ଫଲୋଅନର ଶିକାର ହୋଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଶ୍ରୀଲଙ୍କାକୁ ପ୍ରାରମ୍ଭିକ ଝଟ্କା ଲାଗିଥିଲା। ହେଲେ ପାସିନ୍ଦୁ ସୂର୍ଯ୍ୟବନ୍ଦାରା (୯୨) ଓ କାମିନ୍ଦୁ ମେଣ୍ଡିସ୍ (୫୫) ଅର୍ଦ୍ଧଶତକ ହାସଲ କରି ଦଳକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ମଧ୍ୟକ୍ରମରେ ଭାରତୀୟ ସ୍ପିନର ମାନବ ସୁଥାର ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ଶ୍ରୀଲଙ୍କାକୁ ପୁଣି ଥରେ ପରାଜୟ ମୁହାଁ କରିଦେଇଥିଲା।

Also Read: ଭାରତୀୟ ଦଳରେ ସେହ୍ୱାଗ ଓ ଦ୍ରାବିଡଙ୍କ ପୁଅ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ଦିନିକିଆ ମ୍ୟାଚ୍

ହେଲେ ନଂ-୬ରେ ବ୍ୟାଟିଂ କରିବାକୁ ଆସିଥିବା ସୋନାଲ ଦିନୁଷା ଗୋଟିଏ ପଟେ ଧୈର୍ଯ୍ୟର ସହ ଇନିଂସ ସମ୍ଭାଳିଥିଲେ। ନିମ୍ନକ୍ରମର ବ୍ୟାଟର କେଶରା ନୁୱାନ୍ଥା (୪୬)ଙ୍କ ସହ ମିଶି ସେ ଦୃଢ଼ ଭାଗୀଦାରୀ ଗଢ଼ିବା ସହ ନିଜର ବ୍ୟକ୍ତିଗତ ଶତକ ପୂରଣ କରିଥିଲେ। ଏହି ସଂଘର୍ଷପୂର୍ଣ୍ଣ ଇନିଂସ ବଳରେ ଶ୍ରୀଲଙ୍କା ପରାଜୟ ଏଡ଼ାଇବାରେ ସଫଳ ହୋଇଥିଲା। ଦିନୁଷା ୨୬୪ ବଲରୁ ୮ ଚୌକା ଓ ୨ ଛକା ସହ ୧୩୩ ରନ କରି ଅପରାଜିତ ଥିଲେ। ନୁଓ୍ଵାନ୍ଥାଙ୍କ ବ୍ୟତୀତ ଲାହିରୁ କୁମାର ୧୨ ରନ କରିଥିଲେ ହେଁ ୯୦ଟି ବଲ୍ ଖେଳି ଦିନୁଷାଙ୍କୁ ଭଲ ସହଯୋଗ ଦେଇଥିଲେ।