ନୂଆଦିଲ୍ଲୀ ୨୯/୧୦:ସରୁନାହିଁ ଋଷ -ୟୁକ୍ରେନ୍ ଯୁଦ୍ଧ ।ଥମୁନାହିଁ ଆମେରିକା ଏବଂ ଇରାନ୍ ମଧ୍ୟରେ ଆକ୍ରମଣ - ପ୍ରତିଆକ୍ରମଣ । ବିଶ୍ବ ତଥା ଜନ ସୁରକ୍ଷା ନାମରେ ସ୍ବାର୍ଥ ଓ ପତିଆରା ଲଢେଇରେ ଚାଲିଛି ଶକ୍ତି ଆଉ ଅସ୍ତ୍ରଶସ୍ତ୍ରର ପ୍ରତିଯୋଗିତା । ସମୟ ବଦଳିବା ସହ ବଦଳି ଯାଇଛି ଯୁଦ୍ଧ ଲଢିବାର ତରିକା ।ଇରାନ୍ର ରଣ ନୀତି ହେଉ ଅବା ଯୁକ୍ରେନ୍ ଉପରେ ଋଷର ଏକକାଳୀନ ଜୋରଦାର ଆକ୍ରମଣ, ଏହା ଦେଖାଇଛି ଯୁଦ୍ଧର ନୂଆ ତରିକା । ବୁଝେଇ ଦେଇଛି, ଭବିଷ୍ୟତର ଯୁଦ୍ଧ ଟ୍ୟାଙ୍କ,ଫାଇଟର ଜେଟ୍ ଓ ମିସାଇଲରେ ଲଢାଯିବନି ।କମ୍ ଖର୍ଚ୍ଚରେ ଶତ୍ରୁର ବଡ କ୍ଷତି ସହ ବଡ ହମଲାର ଅସ୍ତ୍ର । ସହଜରେ , ଶୀଘ୍ର କିନ୍ତୁ ଆକ୍ରମଣ ଗମ୍ଭୀର । ଡ୍ରୋନ୍ ୱାର । ଶସ୍ତା ଡ୍ରୋନ , କିନ୍ତୁ କୋଟି କୋଟି ଟଙ୍କାର ଏୟାର ଡିଫେନ୍ସ ସିଷ୍ଟମକୁ ଦେଇପାରେ ଚ୍ୟାଲେଞ୍ଜ । ଇରାନର ଶସ୍ତା ଡ୍ରୋନକୁ ଖସାଇବାକୁ ଯାଇ ବ୍ୟାକଫୁଟରେ ଆମେରିକା । ଅପରେସନ ସିନ୍ଦୁରରେ ବ୍ୟବହୃତ ଡ୍ରୋନ୍ । ପୁଣି ପୁରା ଦୁନିଆ ଦେଖିଛି ଋଷିୟ ଡ୍ରୋନ୍ ହମ୍ଲାରେ ୟୁକ୍ରେନ ହେଉଛି କେତେ ହୀନସ୍ତା ।ଏଇ ନିକଟରେ ତ ଡ୍ରୋନ୍ ଆକ୍ରମଣରୁ ଅଲ୍ପକେ ବର୍ତ୍ତିଗଲେ ଯୁକ୍ରେନ ରାଷ୍ଟ୍ରପତି ଭୋଲ୍ଦିମିର ଜେଲନସ୍କି । ବଡ ବଡ ଲଢୁଆ ବିମାନ ଅପେକ୍ଷା ଶସ୍ତା, ଘାତକ ଓ ଆତ୍ମଘାତୀ ଡ୍ରୋନକୁ ଆଦରିଲେଣି ଅନେକ ଦେଶ । ଭାରତ ବି ରେସ୍ରେ । କମ୍ ବଜେଟ୍ରେ ଘାତକ ଅସ୍ତ୍ର । ତେଜ୍ ଆଣ୍ଡ କିଲର ଇଣ୍ଟରସେପ୍ଟର ଡ୍ରୋନ । ଆକାର ଛୋଟ କିନ୍ତୁ ସ୍ପିଡ ଅଧିକ । ଶକ୍ତି ବି ଜବରଦସ୍ତ ।ଟାର୍ଗେଟ୍ରେ ଆକ୍ରମଣ କରିପାରେ ଆକାଶରେ ଶତ୍ରୁକୁ ଚେକ୍ ଦେଇ ଉଡାଇ ବି ଦେଇପାରେ ।ଏବେର ଯୁଦ୍ଧରେ ଡ୍ରୋନ୍ରେ ବଳିୟାନ ଇରାନ୍ର ପାୱାରପୁଲ ଡ୍ରୋନ୍ ସହ ତୁଳନାରେ ଅନେକ ଆଗରେ ବି ରହିପାରେ । ବଡ କଥା ହେଲା ପୁରା ସ୍ବଦେଶୀ, କିନ୍ତୁ ବହୁତ ଶକ୍ତିଶାଳୀ । ଇଣ୍ଡିଆଜ ଫାଷ୍ଟେଷ୍ଟ ଏଭର, ଇଲେକଟ୍ରିକ ମଲ୍ଟିରୋଟର ଇଣ୍ଟରସେପ୍ଟର ଡ୍ରୋନ । ଆଜି ଭାରତର ନୂଆ UAV … ଆକାଶର ନୂଆ ଶିକାରୀ ଆହୁତି-MK 2 ।

Watch Video: ଆହୁତି-MK 2 ର ଶକ୍ତି କେତେ ? ଲିଙ୍କ୍‌ରେ କ୍ଲିକ୍ କରନ୍ତୁ..