ଭୁବନେଶ୍ବର ୩୧।୧୦: ଭୁବନେଶ୍ୱରରେ ୱାଇନ୍ ସପ୍‌ରେ ସେଲ୍ସ ମ୍ୟାନ୍‌ଙ୍କୁ ଅପହରଣ । ପରେ ପରିବାର ଲୋକଙ୍କୁ ଫୋନ୍ କରି ୫ ଲକ୍ଷ ଟଙ୍କା ଦୁର୍ବୃତ୍ତ ମାଗିଥିବା ଅଭିଯୋଗ । ସେଲ୍ସ ମ୍ୟାନ୍‌ଙ୍କୁ ୮ ଘଣ୍ଟା ଧରି ବିଭିନ୍ନ ସ୍ଥାନ ବୁଲାଇଥିଲେ ଅପହରଣକାରୀ । କୌଶଳ କ୍ରମେ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ ସେଲ୍ସ ମ୍ୟାନ୍ ।

Also Read:- ଅର୍ଣ୍ଣବ ବନ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର, ଗଞ୍ଜାମରେ ମୁତୟନ ହେଲେ ୧୦ ଅଧିକାରୀ

ଅଭିଯୋଗର ୨ ଦିନ ପରେ ଭୁବନେଶ୍ବର ବରମୁଣ୍ଡାରୁ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ମୈତ୍ରୀ ବିହାର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଅମ୍ଳାନ ମହାନ୍ତି ଓ ରବି ନାରାୟଣ ମହାନ୍ତି । ଉଭୟଙ୍କ ନାଁରେ ରହିଛି ଏକାଧିକ ମାମଲା ରହିଥିବା ବେଳେ ସେମାନେ କେବିଏନ୍ ଗ୍ୟାଙ୍ଗର ହୋଇଥିବା ସୂଚନା ମିଳିଛି । ଅପହରଣରେ ସାମିଲ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ୍ ପୋଲିସ ଚଢ଼ାଉ ଜାରି ରଖିଛି ।

​​​​​​​Watch Video: