କଲମ୍ବୋ: କଲମ୍ବୋରେ ଖେଳାଯାଉଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ନିରାଶ କଲେ ଶ୍ରୀଲଙ୍କାର ଯୁବ ବ୍ୟାଟର ସୋନାଲ ଦିନୁଷା। ସେ ଏହି ଟେଷ୍ଟରେ ସ୍ମରଣୀୟ ତଥା ଐତିହାସିକ ପ୍ରଦର୍ଶନ କରିଛନ୍ତି। ମ୍ୟାଚର ପ୍ରଥମ ଇନିଂସରେ ୧୦୩ ରନର ଦମଦାର ପାରି ଖେଳିବା ପରେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂର କମାଲ ଦେଖାଇ ଶତକ ହାସଲ କରିଛନ୍ତି। ୧୯୬ଟି ବଲର ସାମ୍ନା କରି ୬ଟି ଚୌକା ସହାୟତାରେ ସେ ନିଜର ଶତକ ପୂରଣ କରିବା ସହ ଟେଷ୍ଟ କ୍ରିକେଟ ଇତିହାସରେ ଏକ ନୂଆ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଏହା ସହିତ ଭାରତର ହାତ ମୁଠାରୁ ବିଜୟ ଛଡ଼ାଇ ଆଣିଛନ୍ତି କହିଲେ ଅତ୍ୟୁକ୍ତି ହେବନି। 

୬ ନମ୍ବର କିମ୍ବା ତଳେ ବ୍ୟାଟିଂ କରି ସୃଷ୍ଟି କଲେ ନୂଆ ଇତିହାସ

ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷ ଗୋଟିଏ ମ୍ୟାଚର ଉଭୟ ଇନିଂସରେ ଶତକ ମାରିବାରେ ସୋନାଲ ୧୨ଶ ଖେଳାଳି ହୋଇଛନ୍ତି। ତେବେ ତାଙ୍କ ରେକର୍ଡର ସବୁଠାରୁ ବଡ଼ ବିଶେଷତ୍ଵ ହେଉଛି, ସେ ୬ ନମ୍ବର କିମ୍ବା ତା’ଠାରୁ ତଳ କ୍ରମରେ ବ୍ୟାଟିଂ କରି ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି।

Also Read: ଭାରତୀୟ ଦଳରେ ସେହ୍ୱାଗ ଓ ଦ୍ରାବିଡଙ୍କ ପୁଅ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ ଦିନିକିଆ ମ୍ୟାଚ୍

ପ୍ରଥମ ଇନିଂସରେ ୭ମ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଦିନୁଷା ୧୬୨ ବଲରୁ ୮ଟି ଚୌକା ଓ ୩ଟି ଛକା ସହ ୧୦୩ ରନ ସଂଗ୍ରହ କରିଥିଲେ। ଏହାପରେ ଦ୍ୱିତୀୟ ଇନିଂସରେ ୬ଷ୍ଠ ନମ୍ବରରେ ଆସି ପୁଣି ଏକ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ଇନିଂସ ଖେଳିଥିଲେ। ଶ୍ରୀଲଙ୍କା ଦଳ ପରାଜୟ ଆଡ଼କୁ ଗତି କରୁଥିବା ସମୟରେ ଦିନୁଷାଙ୍କ ଦୁଇଟି ଶତକ ମ୍ୟାଚର ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ବର୍ତ୍ତମାନ ଶ୍ରୀଲଙ୍କା ମ୍ୟାଚକୁ ଡ୍ର ଅଭିମୁଖେ ନେଇ ଯାଇଛି।

ଭାରତ ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିବା ବ୍ୟାଟର

୧୯୪୮: ଡନ୍ ବ୍ରାଡମ୍ୟାନ୍ (ଅଷ୍ଟ୍ରେଲିଆ)

୧୯୪୮: ଏଭରଟନ୍ ୱିକ୍ସ (ୱେଷ୍ଟଇଣ୍ଡିଜ୍)

୧୯୮୨: ଦୁଲୀପ ମେଣ୍ଡିସ୍ (ଶ୍ରୀଲଙ୍କା)

୧୯୯୦: ଗ୍ରାହାମ୍ ଗୁଚ୍ (ଇଂଲଣ୍ଡ)

୧୯୯୬: ଗ୍ୟାରୀ କର୍ଷ୍ଟନ୍ (ଦକ୍ଷିଣ ଆଫ୍ରିକା)

୧୯୯୭: ଅରବିନ୍ଦ ଡି'ସିଲଭା (ଶ୍ରୀଲଙ୍କା)

୨୦୦୮: ଆଣ୍ଡ୍ରିୟୁ ଷ୍ଟ୍ରସ୍ (ଇଂଲଣ୍ଡ)

୨୦୧୦: ହାସିମ୍ ଆମଲା (ଦକ୍ଷିଣ ଆଫ୍ରିକା)

୨୦୧୧: ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା)

୨୦୧୪: ଡେଭିଡ୍ ୱାର୍ଣ୍ଣର୍ (ଅଷ୍ଟ୍ରେଲିଆ)

୨୦୨୨: ଜନି ବେୟାରଷ୍ଟୋ (ଇଂଲଣ୍ଡ)

୨୦୨୬: ସୋନାଲ ଦିନୁଷା (ଶ୍ରୀଲଙ୍କା)

୨ ମ୍ୟାଚର ଟେଷ୍ଟ ସିରିଜରେ ସର୍ବାଧିକ ୩ଟି ଶତକ ହାସଲକାରୀ ଖେଳାଳି

ଅରବିନ୍ଦ ଡି'ସିଲଭା: ବନାମ ପାକିସ୍ତାନ (୧୯୯୭)

ଅରବିନ୍ଦ ଡି'ସିଲଭା: ବନାମ ଭାରତ (୧୯୯୭)

ଜ୍ୟାକ୍ କାଲିସ୍: ବନାମ ପାକିସ୍ତାନ (୨୦୦୭)

ହାସିମ୍ ଆମଲା: ବନାମ ଭାରତ (୨୦୧୦)

କୁମାର ସଙ୍ଗକାରା: ବନାମ ବାଂଲାଦେଶ (୨୦୧୩)

ୟୁନିସ୍ ଖାନ୍: ବନାମ ଅଷ୍ଟ୍ରେଲିଆ (୨୦୧୪)

ମାର୍ନସ୍ ଲାବୁସେନ୍: ବନାମ ୱେଷ୍ଟଇଣ୍ଡିଜ୍ (୨୦୨୨)

କେନ୍ ୱିଲିୟମସନ୍: ବନାମ ଦକ୍ଷିଣ ଆଫ୍ରିକା (୨୦୨୪)

ସୋନାଲ ଦିନୁଷା: ବନାମ ଭାରତ (୨୦୨୬)