ଉଦଳା ୩।୯: ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ମଦ୍ୟପାନ କରି ସ୍କୁଲ ଆସିବା । ଜଣେ ଶିକ୍ଷକଙ୍କୁ ସସ୍ପେଣ୍ଡ କରିବା ସହ ଦୁଇ ଜଣଙ୍କ ଦରମା ବନ୍ଦ କଲେ କପ୍ତପଦା BEO । କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଙ୍ଘନ ପାଇଁ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଦୁଇ ଜଣଙ୍କ ଦରମା ବନ୍ଦ ହୋଇଛି ।

ମୟୂରଭଞ୍ଜ କପ୍ତିପଦା ଭୁତାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାତାଲ ଅବସ୍ଥାରେ ବିଦ୍ୟାଳୟକୁ ଆସିଥିବାରୁ ତାଙ୍କୁ ନିଲମ୍ବିତ କରିବା ସହିତ ଦରମା ବନ୍ଦ କରାଯାଇଛି । ଏଥି ସହ ଗଜାଆମ୍ବ ବିଦ୍ୟାଳୟର ସହକାରୀ ଶିକ୍ଷକ ବାପି ହେମ୍ବ୍ରମ ଏବଂ କାଠଚୁଆ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ହାଁସଦା ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ଆସିଥିବାରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି ।

Also Read:- କଟକ SCBରେ ଦେଢ଼ କୋଟିର କେଳେଙ୍କାରୀ ଅଭିଯୋଗ, ଅଡିଟ୍ ଟିମ୍‌ର ଖୋଳତାଡ଼

ଏହା ବ୍ୟତୀତ ବିନା କାରଣରେ ତିନି ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ କାଠଚୁଆ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ସରୋଜ କରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କପ୍ତିପଦା BEO ପାନମଣି ବେସ୍ରା । ବିଇଓଙ୍କ ଏଭଳି ଆକ୍ସନ ପରେ ଶିକ୍ଷକ ମହଲରେ ଭୟ ସୃଷ୍ଟି ହୋଇଛି ।

Watch Video: