କଟକ ୩।୯: କଟକ SCBରେ ଦେଢ଼ କୋଟି ଟଙ୍କା କେଳେଙ୍କାରୀ ମାମଲା । SCB ଅଧୀକ୍ଷକଙ୍କ ଚାମ୍ବରରେ ଖୋଳତାଡ଼ କରୁଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଡିଟ୍ ଟିମ୍ । ଏହି ଘଟଣାରେ ପୂର୍ବରୁ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତ ଗିରଫ ହୋଇଥିଲେ । ଏପର୍ଯ୍ୟନ୍ତ ପ୍ରାୟ ୨୦୦ କର୍ମଚାରୀଙ୍କ ସାଲାରି ଆକାଉଣ୍ଟ ସହ ନିଜ ଆକାଉଣ୍ଟକୁ ଅଭିଯୁକ୍ତ ଦୀନେଶ ବ୍ୟବହାର କରିଥିବା ତଥ୍ୟ ପୋଲିସକୁ SCB କର୍ତ୍ତୃପକ୍ଷ ଦେଇଛନ୍ତି ।

ଏ ସମ୍ପର୍କରେ SCB ସୁପରିଣ୍ଟେଡେଣ୍ଟ ଗତ ୨୬ ତାରିଖରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଏଜିଙ୍କ ଅଫିସରେ ଅଡିଟ୍ ସମୟରେ ୧ କୋଟି ୪୦ ଲକ୍ଷ ଟଙ୍କା କର୍ମଚାରୀଙ୍କ ଏରିଅର୍ ଓ ଦରମା ହେରଫେର ଅଭିଯୋଗ ପରେ ଖୋଳତାଡ଼ ହୋଇଥିଲା । ଏହାର ତଦନ୍ତ ପାଇଁ ଆଜି ୨ ଜଣିଆ ଟିମ୍ SCB ଆସି କାଗଜପତ୍ର ଯାଞ୍ଚ ସହ ଅଧିକ ତଦନ୍ତ ଜାରି ରଖିଥିବା SCB କୂଳସଚିବ ସୁବାଷ ଚନ୍ଦ୍ର ରାୟ କହିଛନ୍ତି ।

Also Read:- ଆସନ୍ତା ୫ ଓ ୬ରେ BJP ରାଜ୍ୟ କାର୍ଯ୍ୟକାରିଣୀ, ସଂଗଠନ ଓ ସରକାରୀ କାର୍ଯ୍ୟର ହେବ ସମୀକ୍ଷା

ଅନ୍ୟପଟେ ତଦନ୍ତ କରୁଥିବା ସଦସ୍ୟ କହିଛନ୍ତି ବର୍ତ୍ତମାନ ଯାଞ୍ଚ ଚାଲିଛି । ଯାଞ୍ଚ ସରିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

Watch Video: