ଜଗତସିଂହପୁର ୩।୬: ଜଗତସିଂହପୁରରେ ପୁଣି ଭିଡ଼ ହିଂସା । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଜଗତସିଂହପୁର ଜିଲ୍ଲାରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି ।

ଜଗତସିଂହପୁର ସଦର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଏଭଳି ଘଟଣା ଘଟିଛି । ତାହା ପୁଣି ପିସିଆର ସାମ୍ନାରେ ଘଟିଥିବା ଦେଖିବାକୁ ମିଳିଛି । ଏ ବାବଦରେ ସଦର ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି । ଯାହା ଫଳରେ ସମ୍ପୃକ୍ତ ଯୁବକ ଓ ତାଙ୍କ ପରିବାର ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । 

Also Read:- ଅନ୍ଧ ବିଶ୍ଵାସର କରୁଣ ପରିଣତି ! ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଭିଡ଼ ହିଂସା ବୃଦ୍ଧି ପାଇ ଚାଲିଥିବା ବେଳେ ପ୍ରତିଦିନ କିଛି ନା କିଛି ଘଟଣା ଘଟୁଛି । ଜଗତସିଂହପୁର ଜିଲ୍ଲାରେ ଗତ ଦୁଇ ମାସ ତଳେ ଜନୈକ ଯୁବକଙ୍କୁ କିଛି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା ଉଦ୍ୟମ କରିବା ଭିଡିଓ ଭାଇରାଲ ହୋଇଥିଲା । ଏବେ ପୁନର୍ବାର ଏପରି ଘଟଣା ଘଟିବା ପରେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।