ଭୁବନେଶ୍ବର ୧୧।୧୧: ଭୁବନେଶ୍ୱରରେ ଆୟୋଜିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ ମୁଁ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ଆପଣଙ୍କ ବଡ ଭାଇ ଭାବେ କଥା ହେବାକୁ ଆସିଛି । ଛାତ୍ର ଜୀବନ ଏକ ସୃଜନଶୀଳତାର ଶୈକ୍ଷିକ ପାହାଚ ଏବଂ ପାଠଶାଳା । ରାଷ୍ଟ୍ର ପ୍ରଥମ ଚିନ୍ତା କରି ଯୁବ ପିଢି, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ନିଷ୍ପତି ନେବା ଆବଶ୍ୟକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସେହିଭଳି ଛାତ୍ର ସଂସଦ ନିର୍ବାଚନରେ ବିଜୟଲାଭ କରିଥିବା ଛାତ୍ର ନେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ବିଜୟ ପଛରେ ଥିବା କିଙ୍ଗ ମେକରଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବବର୍ଗଙ୍କୁ ସଠିକ୍ ଦିଶାରେ ନେଲେ କେବଳ ଓଡ଼ିଶା ନୁହେଁ ସମ୍ପୂର୍ଣ୍ଣ ବିଶ୍ବ ଆଗକୁ ଯିବ । ଓଡ଼ିଆ ଅସ୍ମିତା, ପରମ୍ପରାକୁ ଆମକୁ ଆଗକୁ ବଢ଼ାଇବାକୁ ପଡ଼ିବ ବୋଲି ଛାତ୍ର ନେତାଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ଆପଣଙ୍କ ବଡ ଭାଇ ଭାବେ କଥା ହେବାକୁ ଆସିଛି । ଛାତ୍ର ଜୀବନ ଏକ ସୃଜନଶୀଳତାର ଶୈକ୍ଷିକ ପାହାଚ ଏବଂ ପାଠଶାଳା ବୋଲି କହିଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ର ପ୍ରଥମ ଚିନ୍ତା କରି ଯୁବ ପିଢି ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ନିଷ୍ପତି ନେବା ଆବଶ୍ୟକ । ନିର୍ବାଚନ ଜିତିଥିବା ନେତାଙ୍କୁ ଶୁଭେଛା ଜଣାଇବା ସହ ନେତାଙ୍କୁ ଜିତାଇଥିବା ପରଦା ପଛର କିଙ୍ଗ୍ ମେକରଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଏବିଭିପି ମଞ୍ଚରୁ ଅରାଜକତା ତତ୍ତ୍ଵଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ । ଅରାଜକତା ଓ ଦେଶଦ୍ରୋହୀ ଙ୍କୁ ଦମନ କରିବାକୁ ଏବିଭିପି ଛାତ୍ର ନେତାଙ୍କୁ କଲେ ଅପିଲ୍ । CJP ଆଉ Gen Zଙ୍କ ନାଁରେ ଯୁବପିଢି ଭ୍ରମିତ ହୁଅନ୍ତୁ ନାହିଁ । ଏମାନଙ୍କୁ ଏବଂ ଅରାଜକତାକୁ ଦୃଢ ଜବାବ ଦେବାକୁ ଏବିଭିପିକୁ ଦେଲେ ପରାମର୍ଶ ।

ଗୋଟିଏ ବର୍ଷ ଭିତରେ ଏବିଭିପି ସାରା ଦେଶରେ ବହୁ ଭଲ କାମ କରିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏବିଭିପି କ୍ଲିନ୍ ସୁଇପ୍ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଦେଶର Gen Z ଦେଶ ହିତରେ ଓ ରାଷ୍ଟ୍ର ହିତରେ ରହୁଛନ୍ତି । ରାଜ୍ୟ ଓ ଦେଶରେ ଏବିଭିପି ବିଭିନ୍ନ କ୍ୟାମ୍ପସ୍ ରେ ବିପୁଳ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କୁ ଶୁଭେଚ୍ଛା । ଏହି ବିଜୟ କେବଳ କୌଣସି ଦଳର ନୁହେଁ ବରଂ ରାଷ୍ଟ୍ରର । ରାଷ୍ଟ୍ର ହିତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଏକ ମେରୁଦଣ୍ଡ ହେବା ପାଇଁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ । ନିଶାମୁକ୍ତ କ୍ୟାମ୍ପସ୍ ଗଠନ କରିବାରେ ସହାୟକ ହେବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି । ୧୦ ବର୍ଷରେ ୫୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଉଠିଛନ୍ତି । ମଞ୍ଚରୁ କଂଗ୍ରେସକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଗରିବ ହଟାଓ କହି କଂଗ୍ରେସ ନାରାବାଜି ଦେଉଥିଲା କିନ୍ତୁ ବାସ୍ତବରେ ଏହାକୁ ପରିଣତ କଲେ ପ୍ରଧାନମନ୍ତ୍ରୀ । ଶିକ୍ଷା ବ୍ୟବସ୍ଥାକୁ ରାଜ୍ଯ ସରକାର ସୁଦୃଢ କରୁଛନ୍ତି । ଡିଜିଟାଲ ଲାଇବ୍ରେରୀ, ଗବେଷଣା ପାଇଁ ସୁଯୋଗ ବଢେଇବାକୁ ସରକାର ପ୍ରତିବଦ୍ଧ । ସେପଟେ କ୍ୟାବିନେଟରେ ଓଡ଼ିଶା ଶିକ୍ଷା ନେଟ ପାରିତ କରିଛନ୍ତି । ଯେଉଁଥିରେ ନିଶୁଳ୍କ wi fi ବ୍ୟବହାର କରିପାରିବେ । କେଜିରୁ ପିଜି ଶିକ୍ଷା ନିଶୁଳ୍କ । ମହିଳା ଶିକ୍ଷା କ୍ଷେତ୍ରରେ ୨୦୨୬ ପରେ ଗରିବ ପରିବାର ସ୍ନାତ୍ତକ ଝିଅ ମାନଙ୍କୁ ୧ ଲକ୍ଷ ୧ ଟଙ୍କା ଲେଖାଏଁ ଦିଆଯିବ । ମୁଖ୍ୟମନ୍ତ୍ରୀ ସୁମଙ୍ଗଲ ଯୋଜନା ମଧ୍ଯ କରାଯାଇଛି ।

Also Read:- ଶରଦ ପାଓ୍ଵାର ହୋଇ ପାରିଥାନ୍ତେ ପ୍ରଧାନମନ୍ତ୍ରୀ, ସୋନିଆଙ୍କ ପୁସ୍ତକ ଉପରେ ବଡ଼ ବୟାନ ଦେଲେ କେନ୍ଦ୍ର ମନ୍ତ୍ରୀ

ଯୁବ ଗୋଷ୍ଠୀ ମାନଙ୍କୁ ଜବ୍ କ୍ରିଏଟର ହେବା ଆବଶ୍ୟକ । ସେଥିପାଇଁ ସରକାର ଦକ୍ଷତା ବିକାଶ ଉପରେ ଗୁରୁତ୍ଵ ଦେଉଛନ୍ତି । ଜାପାନ ପ୍ରତିନିଧି ମାନେ ଏବେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଯୁବବର୍ଗଙ୍କୁ ଷ୍ଟାର୍ଟ ଅପ, ସ୍କିଲ୍ ଡେଭଲପମେଣ୍ଟ ମାଧ୍ୟମରେ ପ୍ରୋଜେକ୍ଟ ଦେବା ପାଇଁ । ଓଡ଼ିଶା ଓ ଜାପାନ ମଧ୍ୟମରେ ଏକ ସୁସମ୍ପର୍କ ସ୍ଥାପନ ହେଉଛି । ଡବଲ ଇଞ୍ଜିନ ସରକାର ଡବଲ କାମ । ଯୁବ ବର୍ଗଙ୍କୁ ସଠିକ୍ ଦିଶାର ନେଲେ କେବଳ ଓଡ଼ିଶା ନୁହେଁ ସମ୍ପୂର୍ଣ୍ଣ ବିଶ୍ୱର ମଙ୍ଗ ଧରିବେ ଯୁବପିଢି । ଯୁବବର୍ଗ ଆଗକୁ ଯିବାକୁ ହେଲେ ଓଡ଼ିଆ ଅସ୍ମିତା, ପରାମ୍ପର ନେଇ ଆଗକୁ ବଢ଼ିବାକୁ ପଡିବ ।