ବୈପାରୀଗୁଡା ୩।୬: ଅନ୍ଧ ବିଶ୍ଵାସର କରୁଣ ପରିଣତି । ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଅଭିଯୋଗ । ଗୁଣିଆ ସନ୍ଦେହରେ  ଜଣେ  ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି l କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଘୁମର ପଞ୍ଚାୟତର ଝଡିଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସେହି ଗାଁର ନାରାୟଣ ମିନରବାଲିଆ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଝଡିଗୁଡାର କମଲଚନ କରଲିଆ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ । ମଙ୍ଗଳବାର ରାତିରେ ଗୁଣିଆ ଭାବେ ଔଷଧ ଦେବା ପାଇଁ ନାରାୟଣ ମିନରବାଲିଆ କମଲଚନଙ୍କ ଘରକୁ ଯାଇଥିଲେ ହେଲେ ରାତିରେ କମଲଚନଙ୍କର  ହଠାତ ମୃତ୍ୟୁ ହୋଇଥିଲା । କମଲଚନଙ୍କୁ ଗୁଣିଗାରେଡ଼ି କରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ ।  ଫଳରେ ଘରକୁ ଆସିଥିବା ନାରାୟଣ ମିନରବାଲିଆଙ୍କ ଉପରେ ସନ୍ଦେହ ବଢିଯାଇଥିଲା । ଏହାପରେ ପ୍ରତିଶୋଧ ପରାୟଣ ହୋଇ କମଲଚନଙ୍କ ବଡ଼ ଭାଇ ହରିବନ୍ଧୁ କରଲିଆ ନାରାୟଣଙ୍କୁ ହତ୍ୟା କରିଛନ୍ତି l କାଠ ଫାଳିଆ ସାହାଯ୍ୟରେ ନାରାୟଣଙ୍କ ମୁହଁ ଏବଂ ମୁଣ୍ଡରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି l

Also Read:- ପ୍ରିଣ୍ଟିଂ ସମସ୍ୟା ପାଇଁ ବହି ଛପା ବିଳମ୍ବ : ୯୦% ଛପା ସରିଲାଣି, ବାକି ୧୦% ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ

ସେପଟେ ହତ୍ୟାକାରୀଙ୍କୁ ଉଚିତ ଦଣ୍ଡ ପ୍ରଦାନ ପାଇଁ ଦାବି ହୋଇଛି l ଘଟଣାସ୍ଥଳରେ ବୈପାରୀଗୁଡା ଥାନା ଅଧିକାରୀ ଏବଂ କୋରାପୁଟ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି l