ଭୁବନେଶ୍ୱର ୧୦।୧୧ : ରାଜଧାନୀରେ କମିଶନରେଟ୍ ପୋଲିସର କଡ଼ା ପହରା। ଅପରାଧ ନିୟନ୍ତ୍ରଣ ପାଇଁ ଆକ୍ସନ୍ ମୋଡ୍ରେ ପୋଲିସ। ସହରରେ ଅପରାଧ ରୋକିବା ସହ ନାଗରିକଙ୍କ ସୁରକ୍ଷାକୁ ନେଇ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍।ବସ୍ତି ଓ ଅପରାଧପ୍ରବଣ ଅଞ୍ଚଳରେ ଜୋରଦାର ହୋଇଛି ଫୁଟ୍ ପାଟ୍ରୋଲିଂ। ଗଳିକନ୍ଦିରେ ପୋଲିସ କର୍ମଚାରୀମାନେ ପଇଁତରା ମାରୁଥିବା ବେଳେ ପ୍ରମୁଖ ରାସ୍ତାରେ ବାଇକ୍ ପାଟ୍ରୋଲିଂକୁ ମଧ୍ୟ ବଢ଼ାଯାଇଛି।

କେବଳ ସେତିକି ନୁହେଁ, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ନାକା ଚେକିଂକୁ କଡ଼ାକଡ଼ି କରାଯାଇଛି। ସହରର ସମସ୍ତ ଥାନା ଅଞ୍ଚଳରେ ଚାଲିଛି ଏହି ସ୍ୱତନ୍ତ୍ର ଅଭିଯାନ। ସନ୍ଦେହଜନକ ବ୍ୟକ୍ତି ଓ ଅପରାଧୀଙ୍କ ଗତିବିଧି ଉପରେ ରଖାଯାଉଛି କଡ଼ା ନଜର। ଅପରାଧ ଘଟିବା ପରେ ତଦନ୍ତ ନୁହେଁ, ବରଂ ଅପରାଧ ଘଟିବା ପୂର୍ବରୁ ତାକୁ ରୋକିବା ଉପରେ ପୋଲିସର ଫୋକସ୍ ରହିଛି। ଏହି ଅଭିଯାନ ଦ୍ୱାରା ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ସହ ସହରବାସୀଙ୍କ ମଧ୍ୟରେ ସୁରକ୍ଷାର ଭାବନା ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି।

Watch Video:-