ନୂଆଦିଲ୍ଲୀ: ମଙ୍ଗଳବାର(ଅକ୍ଟୋବର ୬) ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି। ଇଣ୍ଡିଆ ବୁଲିଅନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଆନୁସାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୯୨୦ ଟଙ୍କା ହ୍ରାସ ପାଇଛି। ଫଳରେ ଦର ୧ ଲକ୍ଷ ୪୭ ହଜାର ଟଙ୍କାକୁ ଖସି ଆସିଛି। ସେହିପରି ଆଜି ରୁପା ମୂଲ୍ୟରେ ୩,୧୭୬ ଟଙ୍କା ହ୍ରାସ ପାଇ ଏକ କିଲୋଗ୍ରାମ ରୁପା ଦର ୨ ଲକ୍ଷ ୨୧ ହଜାର ଟଙ୍କା ହୋଇଛି।

ସେପ୍ଟେମ୍ବରରେ ସୁନା ୮ ଓ ରୁପା ୧୭ ହଜାର ଶସ୍ତା

ଅକ୍ଟୋବର ମାସରେ ସୁନା ଓ ରୁପା ଦର କମ-ବେଶି ହେଉଥିବା ବେଳେ ସେପ୍ଟେମ୍ବରରେ ଉଭୟ ଧାତୁର ମୂଲ୍ୟ କମିଥିଲା। ସେପ୍ଟେମ୍ବର ମାସରେ ସୁନା ମୂଲ୍ୟରେ ୮ ହଜାର ଟଙ୍କା ହ୍ରାସ ପାଇଥିଲା। ରୁପା ମୂଲ୍ୟରେ ୧୫ ହଜାର କମିଥିଲା। ୩୧ ଅଗଷ୍ଟରେ ସୁନା ଦର ୧ ଲକ୍ଷ ୫୬ ହଜାର ଟଙ୍କା ଥିବା ବେଳେ ସେପ୍ଟେମ୍ବର ୩୦ରେ ଏହାର ଦାମ ହ୍ରାସ ପାଇ ୧ ଲକ୍ଷ ୪୮ ହଜାର ଟଙ୍କା ହୋଇଥିଲା। ସେହିପରି ଏକ କେଜି ରୁପା ଦର ୨.୩୭ ଲକ୍ଷରୁ ଖସି ୨.୨୦ ଲକ୍ଷ ଟଙ୍କା ହୋଇଯାଇଥିଲା।

Also Read- ୧୫ ବର୍ଷରେ ବଦଳିଗଲା ସ୍ମାର୍ଟଫୋନ୍ ବଜାର, ନୋକିଆ ରୁ ଆପଲ ଓ ସାମ୍ସଙ୍ଗ ପର୍ଯ୍ୟନ୍ତ ବଡ଼ ପରିବର୍ତ୍ତନ

ଆଗକୁ ଆହୁରି ଖସିବ କି ଦର ?

ବିଶେଷଜ୍ଞଙ୍କ କହିବା କଥା ହେଲା ବର୍ତ୍ତମାନ ସୁନା-ରୁପା ଦରରେ ଏମିତି ଉପର ତଳ ହୋଇପାରେ। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡରଲ ରିଜର୍ଭ ୩ ବର୍ଷରେ ପ୍ରଥମ ଥର ସୁଧ ହାର ବଢ଼ାଇଛି। ଏଣୁ ସୁନା ଦର ହ୍ରାସ ପାଉଛି। ତଥାପି ଯେହେତୁ ଆମେରିକା-ଇରାନ ଯୁଦ୍ଧ ଜାରି ରହିଛି, ତେଣୁ ନିବେଶକ ସୁନାକୁ ସୁରକ୍ଷିତ ନିବେଳ ଭାବେ ବାଛିପାରନ୍ତି। ତେବେ ନିବେଶକଙ୍କୁ ସତର୍କ ରହିବାକୁ ହେବ। ବଜାରରେ ବର୍ତ୍ତମାନ ଡାଉନ ଟ୍ରେଣ୍ଡ ଜାରି ରହିଛି। କେଉଁ ମୁହୂର୍ତ୍ତରେ ବି ବଡ଼ ହ୍ରାସ ହୋଇପାରେ। ଏହି ସମୟରେ ନିବେଶ କରିବା ଏକ ଭଲ ସୁଯୋଗ ହେବ।