ସମ୍ବଲପୁର ୧୧।୧୧: ସମ୍ବଲପୁରରେ ଚାଷୀଙ୍କ ଚେତାବନୀ ସମାବେଶ । ସଭା ପରେ ଆରଡିସିଙ୍କୁ ଘେରିବେ ହଜାର ହଜାର ଚାଷୀ । ଚାଷୀ ମାରଣ ନୀତି ଅଭିଯୋଗ କରି ବିଶାଳ ଚାଷୀ ବିକ୍ଷୋଭ ସମାବେଶ କରୁଛନ୍ତି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ।

ଆଗକୁ ଖରିଫ ଧାନ ବିକ୍ରି ସମୟ ଆସୁଥିବାବେଳେ ପୁଣି ଚାଷୀଙ୍କୁ ଘାରିଲାଣି ଏଗ୍ରିଷ୍ଟାକ୍ ଟେନସନ୍ । ଧାନ ବିକ୍ରିରେ ଯେମିତି ଏଗ୍ରିଷ୍ଟାକ୍ ଅସୁବିଧା ନକରେ ମୁଖ୍ୟମନ୍ତ୍ରୀ ସେନେଇ ଘୋଷଣା କରନ୍ତୁ ବୋଲି ଚାଷୀ ଦାବି କରିଛନ୍ତି ।

Also Read:- ପୁଷ୍ପାଙ୍କ ମୃତ୍ୟୁ ପଛରେ କ'ଣ ରହସ୍ୟ? ପୋଲିସ ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

ଡିଏଲପିସିକୁ ଜିଲ୍ଲାସ୍ତରରେ ପୂର୍ଣ୍ଣ କ୍ଷମତା ପ୍ରଦାନ, ସବୁ କିସମର ଜଳସେଚିତ ଜମିରୁ ଏକର ପ୍ରତି ୨୫ କ୍ବିଣ୍ଟାଲ ଧାନ ବିକ୍ରି ଓ ଅଣ-ଜଳସେଚିତ ଜମିରୁ ଏକର ପ୍ରତି ୨୦ କ୍ବିଣ୍ଟାଲ ଧାନ ବିକ୍ରି ଅନୁମତି ଦାବି ସହ ୬ ଦଫା ଦାବି ନେଇ ସଂଗଠନ ଦାବି କରୁଛି ।

Watch Video: