ସମ୍ବଲପୁର ୨୧।୧୧: ସମ୍ବଲପୁର ଯୁଜୁମୁରା ଗାଁରେ ୧୦ ମାସର ଶିଶୁ ପୁତ୍ରର ମୃତଦେହ କୂଅରୁ ଉଦ୍ଧାର ହେବା ଘଟଣାରେ ପୋଲିସର ବଡ଼ ଖୁଲାସା । ନିଜେ ଅଭିଯୋଗକାରୀ ହିଁ ଅଭିଯୁକ୍ତ ବୋଲି ଜଣାପଡିଛି । ଶିଶୁପୁତ୍ରର ମା’ କୁମାରୀ ମାତୃତ୍ବ ଲାଭ କରିଥିଲେ । ତେବେ ଲୋକଲଜ୍ଜା ଭୟରେ ଶିଶୁପୁତ୍ରକୁ କୂଅରେ ଫିଙ୍ଗି ଦେଇଥିବା ପୋଲିସ ସୂଚନା ଦେଇଛି ।

୨୦୨୪ ମସିହାରେ ଶାସନ ଅଞ୍ଚଳର ଜଣେ ଯୁବକଙ୍କ ସହ ନାବାଳିକା ଥିବା ସମୟରେ ଶିଶୁପୁତ୍ରର ମା’ର ପରିଚୟ ହୋଇଥିଲା । ହେଲେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଏକ ଶିଶୁପୁତ୍ର ଜନ୍ମ ନେଇଥିଲା । ହେଲେ ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହ କରିବାକୁ ମନା କରିବା ପରେ ଯୁବତୀ ନିଜ ଅଜା ଘରେ ରହୁଥିଲେ । କୁମାରୀ ମାତୃତ୍ବ ପାଇଁ ଲୋକଲଜ୍ଜା ଭୟରେ ସେ ନିଜ ଶିଶୁ ପୁତ୍ରକୁ କୂଅରେ ଫିଙ୍ଗି ଦେଇଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

Also Read:- ସରକାରୀ କ୍ବାର୍ଟର୍ସରୁ ମିଳିଲା ASIଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ଏହି ଘଟଣାରେ ଶିଶୁପୁତ୍ରର ମା’ଙ୍କୁ ଗିରଫ କରିଛି ପୋଲିସ । ସେହିପରି ଶିଶୁପୁତ୍ରର ମା’ଙ୍କ ଏତଲା ଆଧାରରେ ସଂପୃକ୍ତ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।