ସମ୍ବଲପୁର ୫।୧୧: ଜେଲ୍ ଗଲେ ଲାଞ୍ଚ ନେଇ ଧରାପଡ଼ିଥିବା ଅଭିଯୁକ୍ତ ପୋଲିସ ବାବୁ । ସମ୍ବଲପୁର ମହୁଲପାଲି ଥାନାର ସବ୍ ଇନ୍ସପେକ୍ଟର ସୁଜିତ ମହନ୍ତଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି ।

ବୁଧବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ । ଲାଞ୍ଚ ନଦେଲେ ଗିରଫ କରିବାର ଧମକ ସହ ଘରକୁ ଯାଇ ପଇସା ମାଗିଥିବା ଭିଜିଲାନ୍ସ SP ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ।

Also Read:- ପାର୍ବଣ ପୂର୍ବରୁ ବାଣ ମାଫିଆଙ୍କ ଉପରେ ଆକ୍ସନ, ବିପୁଳ ବାଣ ଜବତ ସହ ଜଣେ ଗିରଫ

ପଇସା ନେବାବେଳେ ଭିଜିଲାନ୍ସକୁ ଦେଖି ଏଣେତେଣେ ଦୌଡିବାକୁ ଲାଗିଲେ । ଶେଷରେ କୌଣସି ଉପାୟ ନପାଇ ପାଖରେ ଥିବା ପୋଖରୀକୁ ଦୌଡିଥିଲେ ଅଭିଯୁକ୍ତ ସବ୍ ଇନ୍ସପେକ୍ଟର ସୁଜିତ ମହନ୍ତ । ଶେଷରେ ଭିଜିଲାନ୍ସ ଟିମ୍ ମଧ୍ୟ ପୋଖରୀକୁ ପଶି ସୁଜିତକୁ କାବୁ କରିଥିଲା । ଏହାପରେ ଲାଞ୍ଚ ଟଙ୍କା ମଧ୍ୟ ସେହି ପୋଖରୀ ପାଣିରେ ଭାସୁଥିବା ବେଳେ ତାକୁ ମଧ୍ୟ ସଂଗ୍ରହ ସହ ଜବତ ହୋଇଛି । ଲକ୍ଷେ ୫୫ ହଜାର ୭୦୦ ଟଙ୍କା ମଧ୍ୟ ତାଙ୍କ ସରକାରୀ କ୍ଵାର୍ଟରରୁ ଖାମ୍ରେ ବାହାରିଥିବା ଭିଜିଲାନ୍ସ ଏସ୍ପି କହିଛନ୍ତି ।