ନୂଆଦିଲ୍ଲୀ: ଗତ ୧୫ ବର୍ଷରେ ସାରା ବିଶ୍ୱର ସ୍ମାର୍ଟଫୋନ୍ ବଜାରରେ ବଡ଼ ପରିବର୍ତ୍ତନ ହୋଇଛି। ୨୦୧୦ରେ ଯେଉଁ କମ୍ପାନୀଗୁଡ଼ିକ ସ୍ମାର୍ଟଫୋନ୍ ବଜାରରେ ଆଗରେ ଥିଲେ, ୨୦୨୫ରେ ସେମାନଙ୍କ ମଧ୍ୟରୁ ଅନେକ କମ୍ପାନୀ ଟପ୍-୫ରୁ ବାହାରିଯାଇଛନ୍ତି।ଆଇଡିସି ୱାର୍ଲ୍ଡୱାଇଡ୍ କ୍ୱାର୍ଟର୍ଲି ମୋବାାଇଲ୍ ଫୋନ୍ ଟ୍ରାକରର ତଥ୍ୟ ଅନୁସାରେ, ୨୦୧୦ରେ ସାରା ବିଶ୍ୱରେ ପ୍ରାୟ ୩୦.୨୬ କୋଟି ସ୍ମାର୍ଟଫୋନ୍ କମ୍ପାନୀ ବଜାରକୁ ଆସିଥିଲା । ୨୦୨୫ରେ ଏହି ସଂଖ୍ୟା ବଢ଼ି ପ୍ରାୟ ୧୨୬ କୋଟିରେ ପହଞ୍ଚିଛି। ଅର୍ଥାତ୍ ୧୫ ବର୍ଷରେ ସ୍ମାର୍ଟଫୋନ୍ ବଜାର ପ୍ରାୟ ୪ ଗୁଣ ବଡ଼ ହୋଇଛି।ବିମାନ ଯାତ୍ରା ମହଙ୍ଗା: ଇଣ୍ଡିଗୋ ବଢ଼ାଇଲା ଫ୍ୟୁଏଲ୍ ଚାର୍ଜ

୨୦୧୦ର ସ୍ମାର୍ଟଫୋନ୍ ବଜାରରେ ନୋକିଆର ଦବଦବା ଥିଲା। ସେହି ବର୍ଷ ନୋକିଆ ପ୍ରାୟ ୧୦.୦୨ କୋଟି ଫୋନ୍ ପଠାଇଥିଲା ଏବଂ ତାହାର ବଜାର ଅଂଶ ପ୍ରାୟ ୩୩.୧% ଥିଲା।ସେତେବେଳେ ବ୍ଲାକବେରିର ମୂଳ କମ୍ପାନୀ ପ୍ରାୟ ୪.୮୭ କୋଟି ଫୋନ୍ ସହ ଦ୍ୱିତୀୟ ସ୍ଥାନରେ ଥିଲା। ଆପଲ ୪.୭୫ କୋଟି ଫୋନ୍ ସହ ତୃତୀୟ ସ୍ଥାନରେ ଥିଲା।

୨୦୧୦ର ଟପ୍-୫ କମ୍ପାନୀ ମଧ୍ୟରେ ଥିଲେ-; ନୋକିଆ , ବ୍ଲାକବେରି ,ଆପଲ ,ସାମ୍ସଙ୍ଗ ଓ HTC୧୫ ବର୍ଷ ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ୨୦୨୫ରେ ଆପଲ ବିଶ୍ୱର ସବୁଠାରୁ ବଡ଼ ସ୍ମାର୍ଟଫୋନ୍ କମ୍ପାନୀ ହୋଇଥିବା ସହ । ଆପଲ ପ୍ରାୟ ୨୪.୭୮ କୋଟି ଫୋନ୍ ପଠାଇଛି ଏବଂ ତାହାର ବଜାର ଅଂଶ ୧୯.୭% ରହିଛି।ଦ୍ୱିତୀୟ ସ୍ଥାନରେ ରହିଛି ରହିଛି ସାମ୍ସଙ୍ଗ। ପ୍ରାୟ ୨୪.୧୨ କୋଟି ଫୋନ୍ ପଠାଇଛି ଏବଂ ଏହାର ବଜାର ଅଂଶ ୧୯.୧%।

ସେହି ତୁଳନାରେ ଯଦି ଆମେ ୨୦୨୫ର ଟପ୍-୫ ସ୍ମାର୍ଟଫୋନ୍ କମ୍ପାନୀକୁ ଦେଖିବା ତେବେ ତା ଭିତରେ ଆସିବ ଆପଲ ,ସାମ୍ସଙ୍ଗ, ଶାଓମୀ,ଭିଭୋ ଓ ଓପୋ ଭଳି କମ୍ପାନୀ I ଅଜାକୁ ୧୫ ବର୍ଷ ତଳେ ନୋକିଆ ଓ ବ୍ଲାକବେରି ଖୁବ ଚାହିଦାରେ ଥିଲା କିନ୍ତୁ ବଦଳୁ ଥିବା ସ୍ମାର୍ଟ ଫୋନ ବଜାର ରେ ଏହି କମ୍ପାନୀ ଗୁଡିକ ବହୁତ ପଛକୁ ଚାଲିଗଲେ I ବର୍ତ୍ତମାନ ବିଶ୍ୱର ଟପ୍-୫ ସ୍ମାର୍ଟଫୋନ୍ କମ୍ପାନୀ ତାଲିକାରେ ନୋକିଆ ଓ ବ୍ଲାକବେରିର ସ୍ଥାନ ନାହିଁ । ସବୁଠାରୁ ବଡ କଥା ହେଉଛି ୨୦୧୦ରେ ଟପ୍-୫ରେ କୌଣସି ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀ ନଥିଲା। କିନ୍ତୁ ୨୦୨୫ରେ ଟପ୍-୫ରେ Xiaomi, vivo ଓ OPPO ଭଳି ତିନିଟି ଚୀନ୍ କମ୍ପାନୀ ସ୍ଥାନ ପାଇଛନ୍ତି। ଏହି ତିନି କମ୍ପାନୀ ମିଶି ବିଶ୍ୱର ସ୍ମାର୍ଟଫୋନ୍ ବଜାରର ପ୍ରାୟ ୨୯.୪% ଅଂଶ ଦଖଲ କରିଛନ୍ତି। ବିଶେଷ କଥା ହେଉଛି, ଶାଓମୀ ୨୦୧୦ରେ ହିଁ ଆରମ୍ଭ ହୋଇଥିଲା। କମ୍ପାନୀ ୨୦୧୧ରେ ନିଜର ପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା। ମାତ୍ର ୧୪ ବର୍ଷ ମଧ୍ୟରେ ଏହା ବିଶ୍ୱର ତୃତୀୟ ବଡ଼ ସ୍ମାର୍ଟଫୋନ୍ କମ୍ପାନୀ ହୋଇପାରିଛି।

ALSO READ- ବିମାନ ଯାତ୍ରା ମହଙ୍ଗା: ଇଣ୍ଡିଗୋ ବଢ଼ାଇଲା ଫ୍ୟୁଏଲ୍ ଚାର୍ଜ

୨୦୧୦ରେ ବିଶ୍ୱର ଟପ୍-୫ ସ୍ମାର୍ଟଫୋନ୍ କମ୍ପାନୀ ମିଶି ପ୍ରାୟ ୭୯.୬% ବଜାର ଦଖଲ କରିଥିଲେ। ୨୦୨୫ରେ ଏହା କମି ୬୮.୨% ହୋଇଛି। ଏହାର ଅର୍ଥ ହେଉଛି, ବଡ଼ କମ୍ପାନୀ ସହିତ ଅନ୍ୟାନ୍ୟ ଛୋଟ ଓ ମଧ୍ୟମ କମ୍ପାନୀ ମଧ୍ୟ ବଜାରରେ ନିଜ ସ୍ଥାନ ବନାଇଛନ୍ତି। ୨୦୨୫ରେ ଅନ୍ୟ ବର୍ଗର କମ୍ପାନୀଗୁଡ଼ିକ ମିଶି ପ୍ରାୟ ୪୦ କୋଟି ସ୍ମାର୍ଟଫୋନ୍ ପଠାଇଛନ୍ତି।ଏହି ତଥ୍ୟ ପ୍ରମାଣ କରୁଛି ଯେ ଟେକ୍ନୋଲୋଜି ବଜାର କେତେ ଦ୍ରୁତ ଗତିରେ ବଦଳିପାରେ। ୧୫ ବର୍ଷ ମଧ୍ୟରେ ନେତୃତ୍ୱ କରୁଥିବା କମ୍ପାନୀ ବଦଳିଯାଇଥିବା ସହ ସ୍ମାର୍ଟଫୋନ୍ ବ୍ୟବହାର ମଧ୍ୟ ସାରା ବିଶ୍ୱରେ ବହୁଗୁଣ ବଢ଼ିଛି।