Gold Silver Rate Today: ଆଜି ୨୮ ଏପ୍ରିଲରେ ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧,୬୨୯ ଟଙ୍କା ହ୍ରାସ ପାଇ ଦାମ ₹୧.୫୦ ଲକ୍ଷକୁ କମିଯାଇଛି। ଏହା ପୂର୍ବରୁ ଗୁରୁବାର ସୁନା ଦାମ ₹୧.୫୧ ଲକ୍ଷରେ ପହଞ୍ଚିଥିଲା।

ସେହିପରି ରୁପା ଦାମରେ ବି ଆଜି ବଡ଼ ହ୍ରାସ ଦେଖିବାକୁ ମିଳିଛି। ଏକ କିଲୋଗ୍ରାମ ରୁପାର ମୂଲ୍ୟ ମଧ୍ୟ ₹୫,୩୮୧ ହ୍ରାସ ପାଇ ₹୨.୩୮ ଲକ୍ଷରେ ପହଞ୍ଚିଛି। ଗତକାଲି, ୨୭ ଏପ୍ରିଲରେ ରୁପାର ମୂଲ୍ୟ ₹୨.୪୯ ଲକ୍ଷ ଥିଲା।

ଅଲ୍ ଟାଇମ ହାଇରୁ ୨୬ ହଜାର ଶସ୍ତା ହେଲାଣି ସୁନା

ବର୍ଷ ଆରମ୍ଭରେ ସୁନା ମୂଲ୍ୟ ଅଧିକ ଥିଲା କିନ୍ତୁ ଲାଭ-ବୁକିଂ ଏବଂ ଇରାନ ଯୁଦ୍ଧ ଯୋଗୁ ଗତ କିଛି ସପ୍ତାହରେ ଏହା ହ୍ରାସ ପାଇଛି। ଗତବର୍ଷ ଶେଷ ତାରିଖ ଅର୍ଥାତ୍ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ସୁନା ଦର ₹୧.୩୩ ଲକ୍ଷ ଟଙ୍କା ଥିଲା। ହେଲେ ୨୯ ଜାନୁଆରୀ ୨୦୨୬ରେ ଏହା ₹୧.୭୬ ଲକ୍ଷ ଟଙ୍କାର ସର୍ବକାଳୀନ ସର୍ବାଧିକ ଦର ବୃଦ୍ଧି ହୋଇଥିଲା। ଆଉ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚ ସ୍ତରରୁ ₹୨୬,୦୦୦ ହ୍ରାସ ପାଇ ୧୦ ଗ୍ରାମ ମୂଲ୍ୟ ₹୧.୫୦ ଲକ୍ଷ ଟଙ୍କାକୁ ଖସି ଆସିଛି।

Also Read- Chocolate Ice Cream Price Hike: ହର୍ମୁଜ ବନ୍ଦର ପ୍ରଭାବ; ବଢ଼ିପାରେ ଆଇସକ୍ରିମ ଓ ଚୋକୋଲେଟ୍ ଦାମ

ରୁପା ଦରରେ ଲକ୍ଷାଧିକ ହ୍ରାସ

ସୁନ ତୁଲନାରେ ରୁପା ମୂଲ୍ୟରେ ଅଧିକ ଅପ ଡାଉନ ଦେଖିବାକୁ ମିଳିଛି। ରୁପା ଅଲ୍ ଟାଇମ୍ରୁ ହାଇରୁ ଦ୍ରୁତ ଗତିରେ ତଳକୁ ଆସିଛି। ଗତବର୍ଷ ୩୧ ଡିସେମ୍ବରରେ ରୁପା ଦର କେଜି ପ୍ରତି ୨.୩୦ ଲକ୍ଷ ଟଙ୍କା ଥିଲା। ହେଲେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ରୁପା କେଜି ୩.୮୬ ହଜାର ହୋଇଗଲା। ଆଉ ବର୍ତ୍ତମାନ ଏହା ୨.୩୮ ଲକ୍ଷ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗତ ୮୯ ଦିନରେ ରୁପା ମୂଲ୍ୟ ୧.୪୮ ଲକ୍ଷ ଟଙ୍କା ହ୍ରାସ ପାଇଛି। ଏହି ୮୯ ଦିନରେ ସୁନା ୨୬ ହଜାର ଓ ରୁପା ୧ ଲକ୍ଷ ୮ ହଜାରରୁ ଅଧିକ ହ୍ରାସ ପାଇଛି।