ନୂଆଦିଲ୍ଲୀ: ଭାରତରେ ଖଦ୍ୟ ନଷ୍ଟ ହେବାର ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ପ୍ରତି ବର୍ଷ ପ୍ରାୟ ୧.୨୨ ଲକ୍ଷ କୋଟି ଟଙ୍କାର ଖାଦ୍ୟ, ଥାଳିରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଛି। ଏକଥା ଆମେ କହୁ ନାହୁଁ। କ୍ଲାଇମେଟ ଇଣ୍ଡେକ୍ସର ଏକ ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଏହାର ଦୁଇଟି ପ୍ରମୁଖ୍ୟ କାରଣ ରହିଛି। ଗୋଟାଏ ହେଲା ଫଳ ଓ ପନିପରିବାକୁ ରଖିବାକୁ ଦେଶରେ କୋଲ୍ଡ ଷ୍ଟୋରେଜର ଘୋର ଅଭାବ ଓ ଦ୍ୱିତୀୟଟି ହେଲା ମୌସୁମିରେ ପରିବର୍ତ୍ତନ ଓ ବଢ଼ୁଥିବା ଗରମ। ଏଥିପାଇଁ ପ୍ରତିବର୍ଷ ଏତେ ପରିମାଣରେ ଖାଦ୍ୟ ନଷ୍ଟ ହେଉଛି।

୩୦ ରୁ ୪୦ % ଫଳ ଓ ପନିପରିବା ଷଡ଼ିଯାଉଛି

ଦେଶର ମୋଟ ତଟକା ଉତ୍ପାଦନରୁ କେବଳ ମାତ୍ର ୪ ପ୍ରତିଶତ ସାମଗ୍ରୀକୁ କୋଲ୍ଡ ଷ୍ଟୋରେଜ୍‌ରେ ରଖିବାକୁ ସୁବିଧା ମିଳୁଛି। ବାକିଗୁଡ଼ିକୁ ବିଭିନ୍ନ ଘରୋଇ ଶୈଳୀରେ ରଖାଯାଉଛି। ଫଳରେ ଅନେକ ଫଳ ଓ ପନିପରିବା ନଷ୍ଟ ହେଉଛି। ଖାଇବା ନଷ୍ଟ ହେବାରୁ ବଜାରେ ଜନିଷର ଅଭାବ ଦେଖା ଦେଉଛି। ଆଉ ଜିନିଷ ଅଭାବ ଦେଖା ଦେବା ପରେ ମହଙ୍ଗା ପରିସ୍ଥିତି ସୃଷ୍ଟି ହୋଇ ଏହା ସାଧାରଣ ଲୋକଙ୍କ ବଜେଟ୍ ବିଗାଡ଼ୁଛି।

Also Read- ଉପାନ୍ତ ଅଞ୍ଚଳରେ ରହିବ ନେଟୱର୍କ: ସାଟେଇଲାଟ୍ ସହ ଯୋଡ଼ି ହେବ ଆପଣଙ୍କ ସ୍ମାର୍ଟଫୋନ୍

ରିପୋର୍ଟ ଅନୁସାରେ ଦେଶରେ ୩୦ ରୁ ୪୦ ପ୍ରତିଶତ ଫଳ ଓ ପନିପରିବା ବଜାର ବଜାର କିମ୍ବା ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ନଷ୍ଟ ହୋଇଯାଉଛି। ସେହିପରି ସଠିକ୍ ରକ୍ଷଣାବେକ୍ଷଣ ଓ ପରିବହନର ଅଭାବ ଯୋଗୁ ୫ରୁ ୬ ପ୍ରତିଶତ ଖାଦ୍ୟ ଶସ୍ୟ ରାସ୍ତାରେ ହିଁ ଖରାପ ହୋଇଯାଉଛି। ଏଥିରୁ ଖାଦ୍ୟ ମୁଦ୍ରସ୍ଫୀତି ୮.୨୦ ପ୍ରତିଶତ ପହଞ୍ଚିଯାଇପାରେ।

ଫସଲ ବର୍ବାଦ ହେବା କେବଳ କୃଷକଙ୍କ କ୍ଷତି ନୁହେଁ ପୂରା ସିଷ୍ଟମରେ ସମସ୍ୟା

ଭାରତରେ ଏଭଳି ସ୍ଥିତି ନେଇ କ୍ଲାଇମେଟ୍ ଟ୍ରେଣ୍ଡ୍ସର ରିସର୍ଚ୍ଚ ମୁଖ୍ୟ ପଲକ ବାଲିଆନ କିନ୍ତୁ ଚାଷ କିମ୍ବା ଚାଷୀକୁ ନୁହେଁ ପୂରା ସିଷ୍ଟମକୁ ଦାୟୀ କରିଛନ୍ତି। ପଲକଙ୍କ କହିବା ଅନୁସାରେ ଭାରତରେ ଖାଦ୍ୟ ଶସ୍ୟ ଓ ଫଳ- ପନିପରିବା ନଷ୍ଟ ହେବା କେବଳ ଚାଷବାସର ସମସ୍ୟା ନୁହେଁ। ବରଂ ପୂରା ଭିତ୍ତିଭୂମୀ ଓ ସପ୍ଲାଇ ଚେନ୍ରେ ବିଫଳତା।

ଏକ ତୃତୀଂଶ ଫଳଓ ପନିପରିବା ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହିଁ ନଷ୍ଟ ହୋଇଯାଉଛି। ତା’ ଉପରେ ପୁଣି ଭୀଷଣ ଗରମ ଓ ଅବେଳରେ ହେଉଥିବା ବର୍ଷାର ମାଡ଼ ଏହି କ୍ଷତିକୁ ଆହୁରି ବଢ଼ାଇ ଦେଉଛି। ତେଣୁ ଏଥିରୁ ଦେଶରେ ଖାଦ୍ୟ ଶସ୍ୟକୁ ସୁରକ୍ଷା ଦେବାକୁ ହେଲେ ଆମର କୋଲ୍ଡ ଷ୍ଟୋରେଜ୍ ଫେସିଲିଟକୁ ସୁଧାରିବାକୁ ହେବ। ଏବଂ ପରିବହନ ଦିଗରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି ପଲକ ବାଲିଆନ ପରାମର୍ଶ ଦେଇଛନ୍ତି।