ମୁମ୍ବାଇ: ଦୀପାବଳିର ବିଶେଷ ମୁହୂରତ ଟ୍ରେଡିଂ ସେଶନରେ ଭାରତୀୟ ବେଞ୍ଚମାର୍କ ସୂଚକାଙ୍କ ସାମାନ୍ୟ ହ୍ରାସ ସହ ବନ୍ଦ ହୋଇଛି। କ୍ଲୋଜିଂ ଅପସନ ପରେ ବଜାର ପ୍ରାରମ୍ଭିକ ଅଭିବୃଦ୍ଧି ହରାଇଛି। ସେନସେକ୍ସ ୨୮.୬୨ ପଏଣ୍ଟ ଅର୍ଥାତ ୦.୦୪% ହ୍ରାସ ହୋଇ ୮୦,୯୯.୪୦କୁ ଖସି ଆସିଥିଲା। ସେହିପରି ନିଫ୍ଟି ୦.୧୮% ହ୍ରାସ ସହ ୨୪,୯୮୬.୪୦ରେ ବନ୍ଦ ହୋଇଛି। ବେଞ୍ଚମାର୍କ ସୂଚକାଙ୍କରେ ଦୁର୍ବଳତା ସତ୍ତ୍ୱେ ବଜାରର ଆଭିମୁଖ୍ୟ ବେଶ୍ ସକରାତ୍ମକ ରହିଛି। ଏହି ସମୟରେ ବିଏସଇରେ ୪,୪୫୪ସେୟାରର କାରବାର ହୋଇଥିବା ବେଳେ ଏଥିରୁ ୩,୨୪୮ ସେୟାରରେ ଅଭିବୃଦ୍ଧି ଦେଖା ଯାଇଛି।

ନିଫ୍ଟିରେ ସନଫାର୍ମା ଓ ଟାଟା ଷ୍ଟିଲ ସବୁଠୁ ଆଗରେ ରହିଛନ୍ତି। ଏହାଛଡା ମିଡିଆ ଓ ଫାର୍ମାସ୍ୟୁଟିକାଲ ସେୟାର ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି। ସମ୍ବତ ୨୦୮୩ ପ୍ରାରମ୍ଭରେ ବ୍ୟାଙ୍କିଙ୍ଗ, ଆଇଟି ଓ ରିୟଲ୍ଟି ସେୟାରରେ ହ୍ରାସ ଦେଖାଯାଇଛି । ମୁହୂର୍ତ୍ତ ଟ୍ରେଡିଂ ସେସନରେ ଇଣ୍ଡିଆ VIX ୬.୦୧ ପ୍ରତିଶତ ବଢି ୧୮.୫୨କୁ ପହଞ୍ଚିଥିଲା। ବଜାରରେ ହ୍ରାସ ଓ ବୃଦ୍ଧି ନିବେଶକଙ୍କ ଆଶାକୁ ଦର୍ଶାଉଛି। ଏହି ଅଭିବୃଦ୍ଧି ସହିତ ବେଞ୍ଚମାର୍କ ସୂଚକାଙ୍କରେ ବଡ଼ ପରିବର୍ତ୍ତନ ଦେଖା ଯାଇଛି।

ନିକଟରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫଆଇଆଇ)ଙ୍କ ନିବେଶ ଓ ବୈଶ୍ୱିକ ସ୍ତରରେ ଅଶୋଧିତ ତୈଳର ଦର ହ୍ରାସ ପାର୍ବଣ ଋତୁ ପୂର୍ବରୁ ସୃଷ୍ଟି ହୋଇଥିବା ସକରାତ୍ମକ ପରିବେଶ ବଜାର ଧାରଣାକୁ ମଜଭୁତ କରିଥିଲା। ଯାହାର ପ୍ରଭାବ ଆଜି ସେୟାର ବଜାରରେ ଦେଖା ଯାଇଛି। କେତେକ ପ୍ରମୁଖ ଓ ବଡ଼ କମ୍ପାନୀଙ୍କ ତ୍ରୈମାସିକ ଫଳାଫଳ ଲାର୍ଜ କ୍ୟାପ ସେୟାର ଓ ମୁଖ୍ୟ କ୍ଷେତ୍ରକୁ ବେଶ୍ ମଜଭୁତି ଦେଇଛି। ନିବେଶକ ଓ ଇନିଷ୍ଟିଟ୍ୟୁସନ ସମୃଦ୍ଧିକୁ ସ୍ୱାଗତ କରିବାକୁ ନୂଆ ସମ୍ବତ ପ୍ରାରମ୍ଭରେ ପାରମ୍ପରିକ ରୂପେ ଶୁଭ କ୍ରୟ ଓ ପାର୍ବଣ ଟ୍ରେଡ କରିଥାନ୍ତି। ଏଥିରେ ବଜାର ଖୋଲିବା ବେଳେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୁଏ। ଏଣୁ ସେନସେକ୍ସ ଓ ନିଫ୍ଟି ଲାଗି ଅଧିକାଂଶ ମୁହୂର୍ତ୍ତ ଟ୍ରେଡିଂ ପଜେଟିଭ ରହିଥାଏ।